Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଧନକଉଡା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ।

ଧନକଉଡା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ।

ସମ୍ବଲପୁର-୨୦୨୪-୨୫ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଧନକଉଡା ବରଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମତୀ ସେବଶ୍ରୀ ଭୋଇ ବ୍ଲକ ର ବିଭିନ୍ନ ବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାନାନଗୋଳା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚାରପାଲି ରେ ଫଳାଫଳ ତର୍ଜମା ସଭା ରେ ଉପସ୍ଥିତ ରହି ଶିକ୍ଷକ ତଥା ପିତା ମାତା ମାନଙ୍କ ସହ ପିଲା ମାନଙ୍କ ଉନ୍ନତି ପାଇଁ ଆଲୋଚନା କରିଥିଲେ।ତା ପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, SLB ଫାର୍ମ, ରେ ପରିଦର୍ଶନ ପାଇଁ ପହଂଚିଥିଲେ। ବିଦ୍ୟାଳୟ କୁ ସଫା ସୁତୁରା ରଖି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରିବା ପାଇଁ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ମାନଙ୍କୁ ଉପଦେଶ ଦେଇ ଥିଲେ। ଡ଼ାଇରୀ ଓ ଲେସନ ସ୍କିମ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। କିଭଳି ଭାବରେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି କରାଯିବ ତା ଉପରେ ଆଲୋଚନା କରିଥିଲେ। ପରିଶେଷରେ ରେ ମଧ୍ୟାହ୍ନ ଭୋଜନ କୁ ନିଜେ ପରୀକ୍ଷା କରି ତାର ଗୁଣବତ୍ତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ।

error: Content is protected !!