ଗାଇସିଲେଟ-ଗାଇସିଲେଟ ବ୍ଲକ ଖୁଣ୍ଟପାଳି ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ମହିଳାଙ୍କ ସହ ବିଜେପୁର ବିଧାୟିକା ରୀତା ସାହୁ ଯୋଗଦେଇ କଳସ ଯାତ୍ରାରେ ସାମିଳ ହୋଇଥିଲେ । ପ୍ରତିଷ୍ଠା ଉତ୍ସବରେ ନୀଳମଣି ବରିହା ଓ ରିଙ୍କୁ ମହାନ୍ତି କର୍ତ୍ତା ଭାବରେ ଦାୟିତ୍ବ ସମାପନ କରୁଛନ୍ତି ଏବଂ ମୁଖ୍ୟ ପୂଜକ ଭାବରେ ସଞ୍ଜିବ ମହାନ୍ତି ଦାୟିତ୍ବ ସମାପନ କରୁଛନ୍ତି । ଖୁଣ୍ଟପାଳି ଗ୍ରାମରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଗାମୀ ଏପ୍ରିଲ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ରହିଛି ।