ଅତାବିରା-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଖୁଣ୍ଟୁଲିପାଲି ଠାରେ ପ୍ରବେଶ ଦିବସ,ପ୍ରଥମ ଦିନୋତ୍ସବ,ଉତ୍କଳ ଦିବସ ତଥା ନୂତନ ଭାବେ ନବମ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ମାନଭଞ୍ଜନ ପୁରୋହିତ(କଦୋବାହାଲ ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ) ଯୋଗଦେଇଥିଲେ ।ସମ୍ମାନୀତ ଅତିଥି ରୂପେ ଶାନ୍ତନୁ ମିଶ୍ର (କଦୋବାହାଲ ମହା ବିଦ୍ୟାଳୟର ପାଠାଗାର ପ୍ରମୁଖ),ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ଦାସ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗଜାନନ ବନଛୋର,ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପୁରୋହିତ ଉପସ୍ଥିତ ଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପଞ୍ଚମ ଶ୍ରେଣୀର ଭାଇ ସୋହମ ମିଶ୍ର ନବୋଦୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଖ୍ୟ ଅତିଥି ତାଙ୍କୁ କିଛି ଉପହାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ଶିଶୁମାନଙ୍କୁ ସ୍ବାଗତ ସମୟରେ ସେମାନଙ୍କ ଗୋଡ଼ ଧୋଇ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା ।ଶ୍ରୀ ସତ୍ୟନାରାୟଣ ପୂଜା ସହିତ ହୋମ ମଧ୍ୟ କରାଯାଇଥିଲା ।ପୂଜାରେ ସପ୍ତମ ଶ୍ରେଣୀର ଭାଇ ଓମ୍ ପ୍ରକାଶ ବଡ଼ପଣ୍ଡା କର୍ତ୍ତା ଦାୟିତ୍ଵ ବହନ କରିଥିଲେ । ମନୋରଞ୍ଜନ ପାଣିଗ୍ରାହୀ ପଣ୍ଡିତ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ନବମ ଶ୍ରେଣୀର କାଲାଂଶ ଆରମ୍ଭ ହୋଇଥିଲା ।