ବରଗଡ-ପଶ୍ଚିମ ଓଡିଶା ଟାଣୁଆ ନେତା ତଥା ପଦ୍ମପୁର ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛି । ଏନେଇ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ରବିବାର ପବିତ୍ର ନୃସିଂହ ନାଥ ପୀଠ ରେ ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଉପ ସଭାପତି ସରୋଜ ସାମଲ ସଭାପତିତ୍ବ କରିଥିଲେ । ଏଥୁରେ ମଣ୍ଡଳ ସଭାପତି,ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ସରପଞ୍ଚ,ପଞ୍ଚାୟତ ପ୍ରମୁଖ, ବୁଥ୍ ପ୍ରମୁଖ ଙ୍କ ପକ୍ଷରୁ ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ମାଲ୍ୟ ଦେଇ ବିପୁଳ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା ।ଏହି ଅବସରରେ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟ ରେ ବିଜେପି ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ହଜାର ହଜାର କାର୍ଯ୍ୟକର୍ତ୍ତା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରୀୟ ସଭାପତି ଜେପିନଡ଼ା, ରାଜ୍ୟ ସଭାପତି ମନ ମୋହନ ସାମଲ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗାମୀ ଦିନରେ ପଦ୍ମପୁର ତଥା ଲୋକସଭା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ବାଟ ଖୋଲି ଯାଇଛି ଏବଂ ଏଥର ଉଭୟ କେନ୍ଦ୍ର ଏବଂ ରାଜ୍ୟ ରେ ଡବଲ ଇଂଜିନ ସରକାର ଗଠନ ହେବାକୁ ଯାଉଥିବାରୁ ଆମ୍ଭେ ସମସ୍ତେ ସାମିଲ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ । ଏଥୁରେ ବରିଷ୍ଠ କାର୍ଯ୍ୟକର୍ତ୍ତା ହାଡୁ ସାହୁ,ମୋହନ ନାୟକ,ହରିହର ସାହୁ,ଗୋବର୍ଦ୍ଧନ ଅଗ୍ରୱାଲ,ହରି ସିଂ ରାଜପୁତ ମଞ୍ଚାସୀନ ଥିଲେ । ଆଦିବାସୀ ନେତା ଗୋବର୍ଦ୍ଧନ ଭୋଇ, ଯୁବ ମୋର୍ଚ୍ଚା ନେତା ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା,ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର,ସୁରେନ୍ଦ୍ର ସିଂ ବରିହା,ସଦସ୍ୟା ସରସ୍ବତୀ ସାହୁ,ତ୍ରିପୁରା ବରିହା, ସମସ୍ତ ମଣ୍ଡଳ ସଭାପତି ସମେତ ସହସ୍ରାକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ପ୍ରାରମ୍ଭ ରୁ ଶ୍ରୀ ପୁରୋହିତ କସ୍ତୁରବା ଗାନ୍ଧୀ ମାତୃନିକେତନ କୁ ଯାଇ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,ପୂର୍ବତନ ମନ୍ତ୍ରୀ କୃପାସିନ୍ଧୁ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,ଭାଗବତତତ୍ତ୍ବ ଯୋଗ ପ୍ରତିଷ୍ଠାତା ରଘୁନାଥ ଜି ଙ୍କୁ ଶ୍ରଦ୍ଦାଞୀଳି ଅର୍ପଣ ସହ କୁଳୁତା ସମାଜ ର ଅଧୂଷ୍ଠାତ୍ରୀ ରଣେଶ୍ବର ରାମଚଣ୍ଡୀ ଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।