ପଦ୍ମପୁର- ତାମିଲନାଡୁରେ ପ୍ରସେସିଂ ମିଲରେ କାମ କରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଧନୁର୍ଯ୍ୟ ବଚ୍ଛାଙ୍କ ପରିବାରକୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଟଙ୍କଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଜଫର ହେସେନ ,ବିକାଶ ବହିଦାର ଓ ଲିପୁ ରାଉତରାୟ ଆଜି ଟେମରୀ ଗାଁ କୁ ଯାଇ ସ୍ୱର୍ଗତ ବଚ୍ଛାଙ୍କ ପରିବାର ବର୍ଗଙ୍କୁ ଭେଟି ସାନ୍ୱନା ଦେଇଥିଲେ । ସରକାରୀ ସହାୟତା ପାଇଁ ପ୍ରଶାସନ ପାଖରେ ଦାବି କରିବେ ବୋଲି ପ୍ରତିଶୃତି ଦେବା ସହ ଶୁଦ୍ଧକ୍ରିୟା ପାଇଁ ନିଜ ତରଫରୁ ଆର୍ଥୀକ ରାଶି ସହେଯାଗ କରିଥିଲେ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗାଁ ର ଧନୁର୍ଯ୍ୟ ବଚ୍ଛା ପେଟପାଟଣା ପାଇଁ ତାମିଲନାଡୁ ରାଜ୍ୟର ପୀରପୁର ସ୍ଥିତ ଅଧିରାମ ପ୍ରସେସିଂ ମିଲରେ କାମ କରୁଥିଲେ । ହେଲେ ଗତ ୧୫ ତାରିଖ ଦିନ ପ୍ରସେସିଂ ମିଲରେ ଦୁର୍ଘଟଣା ଘଟିଥିଲା ଓ ସେ ସେହି ଦୁର୍ଘଟଣାର ଶୀକାର ହୋଇଥିଲେ । ସାଥି ଶ୍ରମିକ ମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ଓ ଚିକିତ୍ସିତ ଅବସ୍ଥାରେ ୨୮ ତାରିଖ ଦିନ ମୃତ୍ୟୁ ହୋଇଥିଲା । ୩୦ ତାରିଖ ଦିନ ଧନୁର୍ଯ୍ୟଙ୍କ ମର ଶରୀର ଟେମରୀ ପହଂଚିବା ପରେ ତାଙ୍କ ଶବ ଦାହ କରାଯାଇଥିଲା । ଧନୁର୍ଯ୍ୟଙ୍କ ମୃତ୍ୟୁ ପରେ ପରିବାର ତଥା ଅଂଚଳରେ ଶୋକଛାୟା ଖେଳି ଯାଇଛି ।