Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶହୀଦ ରଞ୍ଜନ ଦାଶଙ୍କ ଅଷ୍ଟମ ଶହୀଦ ବାର୍ଷିକୀ ପାଳନ ।

ଶହୀଦ ରଞ୍ଜନ ଦାଶଙ୍କ ଅଷ୍ଟମ ଶହୀଦ ବାର୍ଷିକୀ ପାଳନ ।

ବରଗଡ଼ – ବରଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ବୀର ପୁତ୍ର ଶହୀଦ ରଞ୍ଜନ ଦାଶଙ୍କ ଅଷ୍ଟମ ଶହୀଦ ବାର୍ଷିକୀ ପାଳିତ ହୋଇଯାଇଛି।ଆୟୋଜିତ କାର୍ଯକ୍ରମ ରେ ଶ୍ରୀମାନ ସଞ୍ଜୟ କୁମାର ସିଂ ଡି.ଆଇ.ଜି. ସମ୍ବଲପୁର , ଡି.ଜି. ସି. ଆର. ପି .ଏଫ୍. ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସ୍ମୃତି କମିଟି ର ସମ୍ପାଦକ ଶ୍ରୀମାନ ରିକୁ ଶତପଥୀ,ଶ୍ରୀମାନ ପ୍ରଦୀପ କୁମାର ସାହୁ,ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଣ୍ଡହତା ,ଶ୍ରୀମାନ ମୋହନ ସାହୁ ପ୍ରଧାନ ଶିକ୍ଷକ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଖଣ୍ଡହତା ,ଶ୍ରୀମାନ ଭଗବାନ ସାହୁ , Asst.commandant,SBB GC CRPF ଶ୍ରୀମାନ ସୁଶାନ୍ତ କୁମାର ସାହୁ, Asst.commandant SBP CRPF ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଶହୀଦ ଙ୍କ ପରିବାର ରୁ ମାତା ଶ୍ରୀମତୀ କୁମୋବତୀ ଦାଶ,ବଡ଼ ଭାଇ ଶ୍ରୀମାନ ଉତ୍ତମ ଦାଶ ଏବଂ ଶ୍ରୀମାନ ମଦନ ମୋହନ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯକ୍ରମ ପ୍ରାରମ୍ଭ ରେ ଶହୀଦ ପୀଠରେ ମାଲ୍ୟାର୍ପଣ କରି ଶହୀଦ ଙ୍କୁ ସମ୍ମାନ ଦିଆଯାଇଥିବା ବେଳେ ଆୟୋଜିତ ସଭା ରେ ସହିଦଙ୍କ ସ୍ମୃତିଚରଣ କରା ଯାଇଥିଲା।ଏହି ଅବସରରେ ଗ୍ରାମର ଭଦ୍ରମଣ୍ଡଳୀ ,ଛାତ୍ର-ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ଓ ନିଷ୍ଠାପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଥିଲେ । ଶ୍ରୀମାନ ନାରାୟଣ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

error: Content is protected !!