Saturday, March 7, 2026
Homeଅଘଟଣସଡକ ଦୁର୍ଘଟଣାରେ ଜହ୍ନାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ମୁତ୍ଯୁ ।

ସଡକ ଦୁର୍ଘଟଣାରେ ଜହ୍ନାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ମୁତ୍ଯୁ ।

ଅତାବିରା-ବରଗଡ ପଞ୍ଚାୟତ କଲେଜ ନିକଟରେ ଏକ ସଡକ ଦୁର୍ଘଟଣାରେ ଅତାବିରା ଥାନା ଅଧିନ ଜହ୍ନାପଡା ହାଇସ୍କୁଲରେ କାର୍ଯ୍ୟରତ ଗଣିତ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲକ୍ଷ୍ମି ହୋତାଙ୍କ ଆଜି ଶୁକ୍ରବାର ଭୋର ୪ ଟାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୁତ୍ଯୁ ଘଟିଥିବା ତାଙ୍କ ପରିବାର ବର୍ଗ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ୨୩ ତାରିଖ ସନ୍ଧ୍ଯା ପ୍ରାୟ ୬ଟା ସମୟରେ ବରଗଡ଼ ପଞ୍ଚାୟତ କଲେଜ ରୋଡରେ ଚାଲିଚାଲି ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଗୋଟିଏ ବାଇକ ଧକ୍କା ଦେଇଥିଲା। ଯାହା ଫଳରେ ସେ ଆହତ ହୋଇଥିଲେ ଆହତ ଅବସ୍ଥାରେ ତାଙ୍କ ପରିବାର ବର୍ଗ ବୁର୍ଲା ମେଡିକାଲକୁ ଆଣିଥିଲେ। ଆଜି ଭୋର ୪ଟାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି । ସ୍ବର୍ଗତ ସ୍ବର୍ଣ୍ଣଲକ୍ଷ୍ମି ହୋତାଙ୍କ ନିଜ ଘର ବରପାଲି ବ୍ଲକ ଗୋପେଇପାଲିର ବୋଲି ଜଣାପଡିଛି।

error: Content is protected !!