Saturday, March 7, 2026
Homeରାଜ୍ୟନଳକୂପ ଅଚଳକୁ ପଞ୍ଚାୟତ ଓ ବିଭାଗୀୟ ଅଫିସର ମଧ୍ୟ ଅଚଳ ।

ନଳକୂପ ଅଚଳକୁ ପଞ୍ଚାୟତ ଓ ବିଭାଗୀୟ ଅଫିସର ମଧ୍ୟ ଅଚଳ ।

ନୂଆପଡ଼ା – ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୋକାଳ ଗ୍ରାମପଞ୍ଚାୟତ ଅଧିନସ୍ତ ଜୟବାହାଳ ଗ୍ରାମର ବିଦ୍ୟାଧର ପଡ଼ାରେ ଆଜକୁ ଛଅମାସ ହେବ ନଳକୂପ ଅଚଳ ଅବସ୍ଥାରେ ପଡ଼ିରହିଛି । ଯେତେ ଗୁହାରି କଲେ ମଧ୍ୟ ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ ବାବୁମାନେ ।ଦିନକୁ ଦିନ ଗରମ ତାତି ବଢ଼ି ଚାଲିଛି ପାଣି ଟୋପାଏ ପାଇଁ ପଡା ବାସି ଡହକ ବିକଲ । ଅଧ କିଲୋମିଟର ଦୂର ଏକ କୁଆଁରୁ ପିଇବା ପାଣି ଆଣି ଜୀବନ ଅତିବାହିତ କରୁଛନ୍ତି ପଡ଼ା ବାସି । ଗୋଟିଏ ପଟେ ସରକାରଙ୍କ ଘର ଘର ମେ ନଳ ହର୍ ଘର୍ ଜଲ୍ ବୋଲି ଡିଡିମ୍ବ ପିଟୁଥିବା ବେଲେ ବିଦ୍ୟାଧର ପଡ଼ା ପାଇଁ ଏହା ସାତ ସପନ ପାଲଟିଛି। ବସୁଧା ଯୋଜନା ରେ ପାଇପ ଲାଇନ ଯାଇଛି ହେଲେ ସମସ୍ତ ଘରକୁ ସଂଯୋଗି କରଣ ହୋଇ ନଥିବା କଥା ପଡ଼ା ବାସି ପ୍ରକାଶ କରିଛନ୍ତି। ସଂଯୋଗୀ କରଣ ପାଇଁ ଜଣାଇ ଥିଲେ ମଧ୍ୟ ବଡ଼ ବଡିଆ ଅଫିସର ବାବୁ ମାନେ ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେଉଛି। ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଆଲୋଚନା ହେଉଛି।

error: Content is protected !!