Saturday, March 7, 2026
Homeରାଜନୀତିକଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ।

କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ।

ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦିପ ସିଂହଙ୍କ ଉପସ୍ଥିତିରେ ସମସ୍ତ ନଗର ଓ ବ୍ଲକ ସଭାପତି ମାନଂକ ଦ୍ୱାରା ଆଜି ହୋଟେଲ ମହାରାଜା ଠାରେ କଂଗ୍ରେସ ର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଥଲା। ‘କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ‘ ରେ ଆସନ୍ତା ନିର୍ବାଚନରେ ବିଶେଷ କରି ପାଞ୍ଚ ଟି ମୁଖ୍ୟ ପ୍ରତିଶ୍ରୁତି ଉପରେ ଫୋକସ କରାଯାଇଥିବା ସଭାପତି ହରଦିପ ସିଂହ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ। ଏଥି ମଧ୍ୟରେ ଗୃହଜ୍ୟୋତି ରେ ଘୋରୋଇ ଉପଭୋକ୍ତାଙ୍କ ପାଇଁ ଦୁଇ ଶହ ୟୁନିଟ୍ ବିଜୁଳୀ ଦେୟ ଛାଡ, ଯୁବ ବିକାଶ ରେ ବେକାରୀ ଭତ୍ତା ପ୍ରଦାନ ସହ ୫ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରୀ ବ୍ୟବସ୍ଥା,କୃଷକ ବନ୍ଧୁ ରେ ଧାନ ର ମୁଲ୍ୟ ତିନି ହଜାର ଟଙ୍କା, ବୋନସ ପ୍ରଦାନ,କୃଷି ଋଣ ଛାଡ଼, କୃଷକଙ୍କୁ ପେନସନ ବ୍ୟବସ୍ଥା , ଗୃହ ଲକ୍ଷ୍ମୀ ରେ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ଋଣ ଛାଡ଼, ମହିଳା ଙ୍କୁ ମାସିକ ଭତ୍ତା, ୫ଶହ ଟଙ୍କାରେ ଜାଳେଣୀ ଗ୍ୟାସ୍ ବ୍ୟବସ୍ଥା,ଜଣ କଲ୍ୟାଣ ରେ ୨୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା, ବିଭିନ୍ନ ଭତ୍ତା ଦୁଇ ହଜାର ଟଙ୍କା କୁ ବୃଦ୍ଧି, ଚିଟଫଣ୍ଡ ଜମାକାରୀଙ୍କୁ ୬ମାସ ମଧ୍ୟରେ ଜମାରାଶି ଫେରସ୍ତ,ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ର ରେ ପଛୁଆ ବର୍ଗ ଲୋକଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା,ଆଦିବାସୀଙ୍କ ଜଙ୍ଗଲଜମି ଉପରେ ସଂପୂର୍ଣ୍ଣ ଅଧିକାର, ଶହେ ଦିନ ମଧ୍ୟରେ ପେସା ଆଇନ କୁ କଡାକଡି ଲାଗୁ ଆଦି ରହିଛି। କଂଗ୍ରେସ ନିର୍ବାଚନ ଜିତିଲେ ବରଗଡ଼ ଜିଲ୍ଲା ରେ ବନ୍ଦ ଥିବା ସମସ୍ତ ଶିଳ୍ପ କୁ ପୁନ ଉଦ୍ଧାର କରାଯିବ ବୋଲି ଶ୍ରୀ ସିଂ କହିଥିଲେ। ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ମିଡ଼ିଆ ସେଲ୍ ପ୍ରବକ୍ତା ସରୋଜ ଷଡ଼ଙ୍ଗୀ, ସଧାରଣ ସମ୍ପାଦକ ପ୍ରତାପ ନାଏକ, ରବି ନାରୟଣ ପଣ୍ଡା,ସମସ୍ତ ବ୍ଲକ୍ ଓ ନଗର ସଭାପତି ମାନେ ଉପସ୍ଥିତ ଥିଲେ।

error: Content is protected !!