Monday, November 25, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଫଳାଫଳ ବିଶ୍ଳେଷଣ ସଭା ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଫଳାଫଳ ବିଶ୍ଳେଷଣ ସଭା ।

ପଦ୍ମପୁର – ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ନବମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରୀ ମାନଙ୍କର ପିତା ମାତା ଓ ଶିକ୍ଷକ ଶିକ୍ଷୟତ୍ରୀ ଏକ ବିଶେଷ ସଭା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ଚୂଡ଼ାମଣି ବାରିକ ଙ୍କର ନିର୍ଦ୍ଦେଶ କ୍ରମେ,କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ରେ ଚେୟାରପାର୍ସନ ବିନୀଲତା ସାହୁ ମୁଖ୍ୟ ଅତିଥି ଓ ଭାଇସ ଚେୟାରପାର୍ସନ ନମିତା ସାହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରାବିନା ପଧାନ ସ୍ୱାଗତଭାଷଣ ଓ ଶିକ୍ଷକ ବୃନ୍ଦାବନ ଦାସ ଉଦ୍ଦେଶ୍ୟ ଜ୍ଞ୍ୟାପନ କରି ଥିଲେ। କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ପାଣିଗ୍ରାହୀ ଆସନ୍ତା ବର୍ଷ ରେ ଛାତ୍ରୀ ମାନଙ୍କର ଶୈକ୍ଷିକ ବିକାଶ କିପରି ହେବ ଓ ବିଦ୍ୟାଳୟ ତରଫ ରୁ କି କି ପଦକ୍ଷେପ ନିଆ ଯାଇଛି ତାର ବିଷଦ ବର୍ଣ୍ଣନ କରି ପିତା ମାତା ଓ ଆଭିଭାବକ ଅଭିଭାବିକା ମାନଙ୍କ ଠାରୁ ସହଯୋଗ କାମନା କରିଥିଲେ। ଶ୍ରୀ ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିଲେ। ବିଦ୍ୟାଳୟ ର ୭୫ ଜଣ ଅଭିଭାବକ ଅଭିଭାବିକା ଏହି ସଭା ରେ ଉପସ୍ଥିତ ଥାଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପରେ ଛାତ୍ରୀ ମାନଙ୍କୁ ତାଙ୍କର ପ୍ରଗତିପତ୍ର ଓ ଉତ୍ତର ଖାତା ପ୍ରଦାନ କରାଯାଇଥିଲା। ଅଭିଭାବକ ଅଭିଭାବିକା ମାନେ ବିଦ୍ୟାଳୟ ରେ ନିଆଯାଉଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ରେ ସମ୍ପୂର୍ଣ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଜୀବନାନନ୍ଦ ସାହୁ, ଚକ୍ରଧର ନାୟକ ତଥା ଶିକ୍ଷୟତ୍ରୀ ସଂଯୁକ୍ତା ଭୋଇ,ଖୁଶବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ନୀଳିମାରାଣୀ ମହାନ୍ତି ଓ କର୍ମଚାରୀ ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର,ସଭା କୁ ସଫଳ ମଣ୍ଡିତ କରିବା ରେ ସହଯୋଗ କରିଥିଲେ। ପରିଶେଷ ରେ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!