Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଧନକଉଡା ଗୋଷ୍ଠୀ ସ୍ଥରୀୟ ରାଷ୍ଟ୍ରୀୟ ବାଲ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଧନକଉଡା ଗୋଷ୍ଠୀ ସ୍ଥରୀୟ ରାଷ୍ଟ୍ରୀୟ ବାଲ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ।

ସମ୍ବଲପୁର-ଧନକଉଡା ବ୍ଲକ ଅଧୀନସ୍ଥ ହିନ୍ଦୀ ଉଚ୍ଚ ବିଦ୍ୟାଳୟ, ସମ୍ବଲପୁରରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ କଂଗ୍ରେସ ପ୍ରତିଯୋଗୀତା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍ଘାଟନୀ ସଭା ରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଲ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନକ୍ଷେତ୍ର ରେ ନୂତନ କୌଶଳ ତଥା ନୂତନ ପ୍ରକଳ୍ପ ଓ ଗବେଷଣାତ୍ମକ ମନୋବୃତ୍ତି ର ଅଭିବୃଦ୍ଧି ପାଇଁ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ସୁସ୍ମିତା ପଟ୍ଟଯୋଶୀ ଓ ରମେଶ କୁମାର ମିଶ୍ର ସମ୍ମାନିତ ଅତିଥି ଭାବ ରେ ଉପସ୍ଥିତ ଥିଲେ।ଏହି ପ୍ରତିଯୋଗିତା ରେ ବ୍ଲକ ରସମସ୍ତ ସ୍କୁଲ ରୁ ୨୯ ଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା। ସମୁଦାୟ ୫ ଟି ସବଥିମ ୫ ଜଣ ଛାତ୍ର ଛାତ୍ରୀ ଯଥା ରୁଦ୍ର ପ୍ରସାଦ ସାହୁ,ଅଙ୍କିତା ପ୍ରଧାନ, ଅନନ୍ୟା ମହାରଣା, ଲିଖିତା ବେହେରା ଓ ଜ୍ୟୋତିର୍ମୟ ନାୟକ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଥିଲେ। ପରେ ଉଦଯାପନୀ ଉତ୍ସବ ରେ ସୁଜିତ କୁମାର ଲୁହା, ଲୋକିତା ଦାସ, ସପ୍ତର୍ଷି ମହାପାତ୍ର ଓ କରନ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ପୁରସ୍କାର ବିତରଣ କରିଥିଲେ।ବ୍ଲକ ର ସମସ୍ତ CRCC ମାନେ ତଥା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆସୀମ ପ୍ରଧାନ ମଞ୍ଚ ପରିଚାଳନା କରିଥିଲା ବେଳେ ହିନ୍ଦୀ ବିଦ୍ୟାଳୟ ର ପ୍ରଧନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!