ମୟୁରଭଞ୍ଜ- ଚୋରା ଦେଶୀମଦ ଧରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ। ତେବେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ପଞ୍ଚାୟତ ଦିଘି ଅଞ୍ଚଳରେ ଚୋରାମଦ କାରବାର ନେଇ ଖବର ପାଇଥିଲା କୁଳିଅଣା ଅବକାରୀ ବିଭାଗ । ଚଢଉ ପାଇଁ ଘଟଣାସ୍ଥଳକୁ ଯାଇଥବାବେଳେ ଗ୍ରାମର ମହିଳାମାନଙ୍କ ଦ୍ଵାରା ଅବକାରୀ କର୍ମଚାରୀମାନଙ୍କୁ ହଟହଟା କରିବା ସହିତ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ମୁତାବକ କୁଳିଅଣା ଅବକାରୀ ବିଭାଗର ଅଧିକାରୀମାନେ ଦିଘି ଗ୍ରାମରେ ଘରେ ପୋଷି ଜଣକ ଘରେ ମଦ ଜବତ କରୁଥିବା ବେଳେ ଗ୍ରାମର ମହିଳା ଓ ପୁରୁଷମାନେ ଅବକାରୀ ବିଭାଗର ଗାଡିକୁ ରାସ୍ତାରେ ପଥର ରଖି ଅଟକ ରଖିଥିଲେ । ତେବେ ବୁଝାଶୁଝା କରିବାପରେ ଘଟଣା ଶାନ୍ତ ପଡିଥିଲା ଓ ସ୍ଥାନୀୟ ଲୋକେ କହିଥିଲେ ଯେ ଦ୍ୱିତୀୟ ଥର ହେଲା ତୃତୀୟ ଥର ଯେମିତି ନ ହୁଏ ଏଥି ପ୍ରତି ଧ୍ୟାନ ଦେବେ । ଅନ୍ୟପଟେ ସାରସକଣା ଦେଶୀମଦ ଭାଟି ବନ୍ଦ ପରେ ବି ମଦ ବେପାରୀ କେମିତି ପ୍ରତ୍ୟେକଦିନ ସକାଳୁ ବାଇକରେ ଆସି ଘର ଘର ବୁଲି ମଦ ବାଣ୍ଟୁଛନ୍ତି ସେନେଇ ସ୍ଥନୀୟ ଲୋକମାନେ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଆମେ ଆଦିବାସୀ ଲୋକ ଆମ ଜମିରେ ମହୁଲ ଗଛ ଅଛି। ଏହି ସମୟରେ ମହୁଲ ଗୋଟାଇ ନିଜର ବ୍ୟବହାର ପାଇଁ ବିକ୍ରି କରିବା ପାଇଁ ନୁହେଁ ନିଜେ ଖାଇବା ପାଇଁ କରିଛୁ ବୋଲି ସ୍ଥାନୀୟ ଲୋକେ ଯୁକ୍ତି ବାଢିଥିଲେ । ତେବେ ଅବକାରୀ ବିଭାଗ ବଡ଼ବଡ଼ ମଦ ମାଫିଆ ଙ୍କୁ ଛାଡି ଛୋଟଛୋଟ ଲୋକଙ୍କ ଉପରେ ଦାଉ ସାଜୁଛି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।