Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

ବରପାଲି-ରାମେଶ୍ଵର ମନ୍ଦିର ଠାରେ ପାର୍ବତୀ ବିବାହ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବରପାଲିର ପୌରାଣିକ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଶିବାଜୀ କ୍ଲବ କୁ ହିମାଦ୍ରୀ ନଗର ନିଷ୍ପତ୍ତି ଚୂଡାନ୍ତ ହେବା ପରେ, ପାର୍ବତୀ ବିବାହ ପାଇଁ ଶିବାଜୀ କ୍ଲବ ର ସଭ୍ଯ ମାନଙ୍କ ମଧ୍ଯ ରେ ଉତ୍ସାହ ର ଲହର ଖେଳି ଯାଇଛି। ଏହି ପରିପେକ୍ଷୀ ରେ କନ୍ୟା ପିତା ମାତାଙ୍କର ଆହ୍ବାନ କ୍ରମେ କମିଟିର ସଭାପତି ବିଜୁ ମେହେରଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକ ରେ ସଂପାଦକ ଧର୍ମରାଜ ସିଂ ବରିହା ସମସ୍ତ ପ୍ରସ୍ତୁତି ର ବିବରଣୀ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ପାଇଁ କର୍ମକର୍ତ୍ତାମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇ ଥିଲା। ପାର୍ବତୀ ବିବାହ ମହା ଆଡମ୍ବର ସହ ପାଳନ କରିବା ପାଇଁ ନିଷ୍ପତ୍ତି ଚୂଡାନ୍ତ ହେଲା। ଶୀତଳ ଷଷ୍ଠୀ କମିଟୀ ତରଫରୁ ନିର୍ଧାରିତ ଫାଲ୍ଗୁନ ପୂର୍ଣ୍ଣମୀ ଦିନ ହରିହର ଭେଟ କାର୍ଯ୍ୟକ୍ରମ ଶୋଭାଯାତ୍ରାରେ ଯାଇ ଯଥା ବିଧି ପୂଜାପାଠ ପରେ ଦୋଳ ଉତ୍ସବ ପାଳନ କରିବା ପାଇଁ ତଥା ଆଗମୀ ଅକ୍ଷୟ ତୃତୀୟାରେ ଥାଳଉଠା କାର୍ଯ୍ୟକ୍ରମ ରେ ଯୋଗଦାନ କରିବାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ସୁଚାରୁ ରୂପେ ପାର୍ବତୀ ବିବାହ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକ ରେ ସୁରେନ୍ଦ୍ର ମେହେର, ହାଡୁ ମେହେର, ଡୁଲା ମେହେର,ମହାଦେବ ମେହେର, ବୈରାଗୀ ମେହେର, ବିଷ୍ନୁ ମେହେର, ତାରାଚାନ୍ଦ ମେହେର, କନ୍ୟା ପିତା ପରମେଶ୍ଵର ମେହେର ପଞା ମେହେର, ଲଲିତ ମେହେର, ଦୀନ ମେହେର, ଗୋବିନ୍ଦା ମେହେର, ସିଦ୍ଧାର୍ଥ ମେହେର, ସୁରଜ ମେହେର, ଶୁଭମ୍ ମେହେର, ଶିବା ମେହେର, ରୋହିତ ମେହେର, ମହେଶ ମେହେର, ମାନଭଞ୍ଜନ ମେହେର, ଉଦ୍ଧବ ମେହେର, ହୀମସାଗର ମେହେର, ଶିବ ମେହେର, ରାଜେନ୍ଦ୍ର ମେହେର, ବାବଲୁ ମେହେର, ଆକାଶ ମେହେର ଭରତ ମେହେର ଲକ୍ଷଣ ମେହେର, ଗୋପାଳ ବରିହା ପ୍ରମୁଖ ନିଜ ନିଜ ମନ୍ତବ୍ଯ ଉପସ୍ଥାପନ କରିଥିଲେ ଶେଷ ରେ ଶୁଶିଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!