ବରଗଡ଼ – ବେଆଇନ ଗଞ୍ଜେଇ ଚାଲାଣ ବେଳେ ବରଗଡ଼ ଲମ୍ବା ବିଲ୍ଡିଂ ଛକ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ମାନେ ଛତିଶଗଡ଼ ଶକ୍ତିର ବାସୁଦେବ ସାହୁ ଏବଂ ଅମିତ କୁମାର ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଗିରଫ ଯୁବକମାନଙ୍କଠାରୁ ୮ କେଜି ଗଞ୍ଜେଇ ଏବଂ ମୋଟର ସାଇଲେଲ ଜବତ କରିଛି । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ କୁ ଚାଲାଣ ହେଉଥିବା ବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେମାନଙ୍କ ଯାଞ୍ଚ କରିଥିଲା ଏବଂ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।