Saturday, March 7, 2026
Homeରାଜ୍ୟବସନ୍ତ ଲୋହାରଙ୍କ ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବସନ୍ତ ଲୋହାରଙ୍କ ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ବ୍ଲକ ଭେଉଁରିଆ ପଞ୍ଚାୟତ ବୁଧାପାଳି ଗ୍ରାମରେ ଧୀମାନ ବସନ୍ତ ଲୋହାରଙ୍କ ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଭନ୍ତେ ସୁମଙ୍ଗଳ ବୋଧି ଓ ଧୀମାନ ଜଗଦୀଶ ବୌଦ୍ଧଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସାମାଜିକ କର୍ମୀ ଗୋପବନ୍ଧୁ ଶିକା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତଥାଗତ ଗୌତମ ବୁଦ୍ଧ ଓ ଡଃ ବାବା ସାହେବ ଆମ୍ବେଦକର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତ୍ରି ଶରଣ ପଞ୍ଚଶିଳ କରି ଶୋକାକୁଳ ପରିବାରକୁ ତଥାଗତ ଗୌତମ ବୁଦ୍ଧଙ୍କ ସନ୍ଦେଶ ଶୁଣାଇଥିଲେ ।

ପୁଅ ଚୈତନ୍ୟ ଲୋହାର, କ୍ଷୀରସାଗର ଲୋହାର ,ଝିଅ ରମିତା ଲୋହାର, ବୋହୂ ବିନି, ପିଙ୍କି ଓ ନାତି ନାତୁଣୀ ଘରର ସମସ୍ତେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡୋଳାମଣି ପଟେଲ, ସତ୍ୟକୁମାର ତୁରିଆ, କୃଷ୍ଣଚନ୍ଦ୍ର ସୁନା, ମଣି ମହାନନ୍ଦ ପ୍ରମୁଖ ଧୀମାନ ବସନ୍ତ ଲୋହାରଙ୍କୁ ମନେ ପକାଇ ବକ୍ତବ୍ୟ ଦେଇ ଆଦରଞ୍ଜଳି ଅର୍ପଣ କରିଥିଲେ । ଏହି ପୁଣ୍ୟାନୁମୋଦନ କାର୍ଯ୍ୟକ୍ରମରେ ବହୁ ମାନ୍ୟ ଗଣ୍ୟବ୍ୟକ୍ତି ଓ ସାମାଜିକ କର୍ମୀ ଯୋଗଦାନ କରିଥିଲେ ।

error: Content is protected !!