Saturday, March 7, 2026
Homeରାଜ୍ୟବିଦ୍ୟାଳୟ ପାଇଁ ଲାଇବ୍ରେରୀ ପ୍ରଦାନ କଲେ ପୁରାତନ ଛାତ୍ର ।

ବିଦ୍ୟାଳୟ ପାଇଁ ଲାଇବ୍ରେରୀ ପ୍ରଦାନ କଲେ ପୁରାତନ ଛାତ୍ର ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ରାଜକୁମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର,ବୁରୋମୁଣ୍ଡାକୁ ପାଠାଗାର ପାଇଁ ଆଲମିରା ଓ ବହି ପ୍ରଦାନ କରିଛନ୍ତି ପୁରାତନ ଛାତ୍ର । ବିଦ୍ୟାଳୟର ପୁରାତନ ଛାତ୍ର ସାକେତ ଶ୍ରୀଭୁଷଣ ସାହୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହି ରଖିବା ପାଇଁ ଗୋଟିଏ କାଚ ଆଲମିରା ତଥା ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପ୍ରାୟ ୨୫୦ ଖଣ୍ଡ ବିଭିନ୍ନ ପ୍ରକାର ପୁସ୍ତକ ପ୍ରଦାନ କରିଛନ୍ତି । ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜ ଗାଁ ସ୍କୁଲରେ ପଢିଥିଲେ । ନିରାଡମ୍ବର ଭାବେ ଶ୍ରେଣୀ କକ୍ଷ ଭିତରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପଠନର ଉପାଦେୟତା ବିଷୟରେ କହିଥିଲେ । ବିଦ୍ୟାଳୟର ଶିକ୍ଷକ ପଂଚାନନ ମାଝୀ, ରାମକୁମାର ପଟେଲ, ନିହାରିକା ଯୋଷୀ, ଓ ନିବେଦିତା ପାଣିଗ୍ରାହୀ ଉପସ୍ଥିତଥିଲେ ।

error: Content is protected !!