
ପାଇକମାଳ-ପାଇକମାଳ ବ୍ଲକ୍ ଅନ୍ତର୍ଗତ ଗୌରଜୁରୀ ଠାରେ ଏକ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ନିର୍ମିତ ଏହି କଲ୍ୟାଣ ମଣ୍ଡପର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟିକା ପ୍ରତିନିଧି ହୃଦାନନ୍ଦ ବାରିକ,ବିଜେଡି ଜିଲ୍ଲା ଉପସଭାପତି ଟାଇଲ ଚନ୍ଦ୍ର ଭୋଇ, ବିଜେଡି ଯୁବ ସଭାପତି ଗୌତମ ସିଂ,ପଞ୍ଚାୟତ ସଭାପତି ନନ୍ଦଲାଲ ବରିହା ପ୍ରମୁଖ ଉପସ୍ଥିତ ଥିଲେ।



