
ଡୁଙ୍ଗୁରିପାଲି-ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଇତିହାସ ବିଭାଗ ଦ୍ୱାରା ଆୟୋଜିତ ଆଲୋଚନା ଚକ୍ରରେ ସଭାପତି ଅଧ୍ୟକ୍ଷ ସରୋଜ କୁମାର ବିଶ୍ବାଳଙ୍କ ଦ୍ଵାରା “ଗୁପ୍ତ ଯୁଗର ସାଂସ୍କୃତିକ ଅବଦାନ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଉକ୍ତ ସଭାକୁ ପ୍ରାଧ୍ୟାପକ ଶୁକଦେବ ଝାଙ୍କର ପରିଚାଳନା କରିଥିଲେ। ଏହି ସଭାରେ ଆଲୋଚକ ଭାବେ ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଇତିହାସ ବିଭାଗ ର ବିଭାଗୀୟ ମୁଖ୍ୟ ଡଃ ହିମାଂସୁ ଶେଖର ପାଢି ଏବଂ ସୋନପୁର ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ କ୍ରିଷ୍ଣ ଚନ୍ଦ୍ର ଭୋଇ ଆଲୋଚକ ଭାବରେ ଯୋଗଦାନ କରି ଉକ୍ତ ବିଷୟ ଉପରେ ଗଭୀର ଆଲୋଚନା କରିଥିଲେ ।

ଅଧାପକ ବିକାଶ ଚନ୍ଦ୍ର କୁମ୍ଭାର, ଛାତ୍ର କିଶୋର ସାହୁ ଏବଂ ଛାତ୍ରୀ ହରିପ୍ରିୟା ହରିପାଲ ନିଜ ନିଜର ନିବନ୍ଧ ପାଠ କରିଥିଲେ l ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସୁକତା ର ସହ ଅଂଶ ଗ୍ରହଣ କରି ନିଜ ମନରେ ଥିବା ଦ୍ଵନ୍ଦ ଗୁଡ଼ିକ ଦୂର କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ ଡ. ଲକ୍ଷ୍ମଣ ଭୁଏ, ଅଧ୍ୟାପିକା ପଦ୍ମିନୀ ଗୁରୁ, ଅଧ୍ୟାପକ ଶୈଳେଶ ଶତପଥୀ, ଅଧ୍ୟାପକ ଯୋଗିନ୍ଦ୍ର ସାହୁ, ଅଧ୍ୟାପିକା ସୁପ୍ରିୟା ଡୁଙ୍ଗଡୁଙ୍ଗ, ଗୋପିକା ଦାସ , ଲିପସା ବେହେରା, ରୁବିରାଣୀ ସାହୁ, ସଂଯୁକ୍ତା ବାରିକ ଓ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ବୃନ୍ଦ ତଥା ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷ ରେ ଇତିହାସ ବିଭାଗ ର ଅଧ୍ୟାପକ ବିକାଶ ଚନ୍ଦ୍ର କୁମ୍ଭାର ଧନ୍ୟବାଦ୍ ଅର୍ପଣ କରିଥିଲେ ।



