
ପଦ୍ମପୁର – ପଦ୍ମପୁର ସହରର ପୁରୁଣା ବସ୍ତି ରୋଡ ଯାହାକି ଶାସ୍ତ୍ରୀ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ବୁଝାଇଥାଏ। ଏହି ରାସ୍ତା ଏକଦା ସହରର ମୁଖ୍ଯ ରାସ୍ତା ରହିଥିଲା । ଜନସଂଖ୍ୟା ବଢିବା ସହ ସହର ବଢିଲା । ବ୍ୟସ୍ତ ବହୁଳ ଯାନବାହାନ ଯିବାଆସିବ ପାଇଁ ନୂଆ ରାସ୍ତା ନିର୍ମାଣ ହେଲା । ଜନସଂଖ୍ୟା ତଥା ଗମନାଗମନ ଦୃଷ୍ଟିରେ ଦେଖିଲେ ପୁରୁଣା ବସ୍ତି ରୋଡରେ ଏବେ ଏକ ସଂକୀର୍ଣ୍ଣ ରାସ୍ତା ହୋଇଗଲାଣି । ଏହି ରାସ୍ତାରେ ଅନେକ ଗୁଡିଏ ବ୍ୟବସାୟୀ ବିଭିନ୍ନ କମ୍ପାନୀର ହୋଲସେଲ ଦୋକାନ ସହ ଗୋଦାମ କରିଛନ୍ତି । ବ୍ୟବସାୟୀ ମାନେ ନିଜର ଜିନିଷ ବଡ ବଡ ଟ୍ରକ ରେ ଲୋଡ ଅନଲୋଡ କରୁଥିବାରୁ ଘଣ୍ଟା ଘଣ୍ଟା ସମୟ ଧରି ରାସ୍ତା ଉପରେ ଟ୍ରକ ଛିଡ଼ାହେବା ଫଳରେ ରାସ୍ତା ଜାମ ହୋଇ ରହୁଛି ।

ଏହି ରାସ୍ତାରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ,ସାଧାରଣ ଜନତା ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଠାରେ ଗୋଦାମ ତିଆରି କରିବା ପୂର୍ବରୁ ଏନ୍.ଏ.ସି ର ଉପଯୁକ୍ତ ଟାଉନ ପ୍ଲାନିଂ ନିୟମ ନ ମାନି ମନ ଇଛା ଦୋକାନ ତଥା ଗୋଦାମ ଗୃହ ନିର୍ମାଣ କରୁଥିବାରୁ ଏଭଲି ସମସ୍ୟା ହେଉଥିବା ଲୋକଙ୍କ ମଧ୍ଯରେ ଚର୍ଚ୍ଚା ହେଉଛି । ଯାହାକି ବିଭାଗୀୟ ଅଧିକାରୀ ତଦନ୍ତ କରିବା ନିହାତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆବଶ୍ୟକ। ପୋଲିସ ପ୍ରଶାସନ ମଧ୍ଯ ଏ ବିଷୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରକ ଗୁଡିକୁ ଦିନ ବେଳେ ତଥା ଗହଳି ସମୟରେ ସହରକୁ ପଶିବାକୁ ବାରଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।



