
ପଦ୍ମପୁର-ପଦ୍ମପୁର ବ୍ଲକର ବରିକେଲ ହାଇସ୍କୁଲ ୧୯୯୩ ମେଟ୍ରିକ୍ ବ୍ଯାଚର ପୁରାତନ ଛାତ୍ରଛାତ୍ରୀଙ୍କ ପାରିବାରିକ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରମେଶ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ପାରିବାରିକ ବନ୍ଧୁ ମିଳନ ସଭାରେ ପାଠ ପଢ଼ୁଥିବା ସମୟରେ ଶିକ୍ଷାଦାନ ଦେଇଥିବା ଗୁରୁ ପରକ୍ଷିତ ବେହେରା, ହେମସାଗର ସାହା,ଗୋପାଳଜୀ ପାଣିଗ୍ରାହୀ,ମୀନକେତନ ସାହୁ, କ୍ଷୀରୋଦ୍ର ଦାଶ,ଭାରତୀ ସାମନ୍ତରାୟ, ନିର୍ମଳ ବାଙ୍କ, ଦିଲ୍ଲୀପ ସାହା ପ୍ରମୁଖଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରି ଉପସ୍ଥିତ ଗୁରୁଜୀଙ୍କୁ ଉପଢ଼ୋକନ ଦେଇ ସମ୍ମାନିତ କରଯାଇଥିଲା ।

ଚଳିତ ବର୍ଷ ପ୍ରତ୍ୟେକ ବନ୍ଧୁ ମାନେ ନିଜନିଜ ପରିବାରରଙ୍କ ସହ ଯୋଗଦାନ ଦେଇ ହସଖୁସି ସହ ବନ୍ଧୁତା ମିଳନ କାର୍ଯ୍ୟକ୍ରମ ସମାପନ କରିଥିଲେ । ବିଭିନ୍ନ ବାର୍ତ୍ତାଳାପ, ଗୁରୁ ଶିଷ୍ୟର ପରମ୍ପରା, ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ନିଜ ନିଜ ଅଭିଜ୍ଞତାରୁ କିଛି ବଖାଣିଥିଲେ। ବରିକେଲ ହାଇସ୍କୁଲ ୧୯୯୩ ମସିହାରେ ପାଠପଢୁ ଥିବା ସମୟରେ ସାଙ୍ଗ ହୋଇଥିବା ସମସ୍ତ ଅନୁଭୂତିକୁ ଅନୁଭବ କରିଥିଲେ।

ବରିକେଲ ସମେତ ବଲାଙ୍ଗୀର,ସୋନପୁର,ବରଗଡ ନୂଆପଡା ପ୍ରଭୃତି ଦୂର ସ୍ଥାନରେ ରହୁଥିବା ସମସ୍ତ ବନ୍ଧୁ ଓ ତାଙ୍କ ପରିବାର ଯୋଗଦେଇଥିଲେ । ଗଙ୍ଗାଧର, ପ୍ରସନ୍ନ, ନିରୋଜ, ନବୀନ, ସୁରେଶ, ଲୋକନାଥ, ରାଜିବ, ଅଶୋକ, ଅକ୍ଷୟ, ରାଜୁ, କ୍ଷେତ୍ରପାଳ, ରୁଦ୍ର, ବାବୁଲାଲ, ପ୍ରଶାନ୍ତ, ଗୁଜୁରାମ, ସୁଦାମ, ତୃପ୍ତି, ସନ୍ତୋଷିନୀ, ସୁଷମା, ବେଦମତି, ଶୋଭାଗିନୀ, ସୁବାଶିନୀ, ଦ୍ରୋପଦି, ଧନମତି, ସସ୍ମିତା, ସବିତା ସୁଷମା, ରେବତୀ,ଯୋଗଦାନ କରିଥିଲେ। ଶେଷରେ ଆନନ୍ଦ ସହ ଆସନ୍ତା ବର୍ଷରେ ପୁଣିଥରେ ଏକାଠି ହେବାପାଇଁ ଘୋଷଣା ହୋଇଥିଲା। ଶେଷରେ ଦିଲ୍ଲୀପ ସାହୁ ଧନ୍ୟବାଦ ଦେଇଥିଲେ ।



