Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ ।

ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ ।

ବଡ ସଭାପତି,ଅଶ୍ବିନୀ ସଂପାଦକ, ସୁରଥ କୋଷାଧ୍ୟକ୍ଷ ।

ପଦ୍ମପୁର-ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସାମ୍ବାଦିକ ମାନଙ୍କ ଆୟୋଜନ କ୍ରମେ ସଭାପତି ବଡ ଶତପଥୀଙ୍କ ସଭାପତିତ୍ବରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟକା ବର୍ଷା ସିଂ ବରିହା ଯୋଗଦାନ କରି ନୃସିଂହନାଥ ପ୍ରଭୁଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଳ ବିଡିଓ ପ୍ରଫୁଲ କୁମାର ଓଦୁ,ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ,ଗୌତମ ସିଂ, ବିଜୟ କୁମାର ସ୍ବାଇଁ,ହୃଦାନନ୍ଦ ବାରିକ ଯୋଗ ଦେଇଥିଲେ ଓ ତାଙ୍କୁ ଉପଢୌକନ ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।

ଅତିଥି ମାନେ ସାମ୍ବାଦିକ ସଂଘର ସମସ୍ତ ପ୍ରକାରର ସହଯୋଗ ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ। ଅଶ୍ବିନୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସତ୍ୟଜିତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପରେ ଅତିଥି ବୃନ୍ଦ ଓ ସାମ୍ବାଦିକ ମାନେ ଦିବଙ୍ଗତ ସାମ୍ବାଦିକ ରମେଶ ବାରିକଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା। ମୁଖ୍ୟ ଅତିଥି ଶ୍ରୀମତୀ ବରିହା ଉପଖଣ୍ତର ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକ ଭବନ ନିର୍ମାଣ, କର୍ମକର୍ତ୍ତା ଚୟନ ଓ ସଙ୍ଗଠନର ସୁଦୃଢକରଣ ସଂପର୍କରେ ଆଲୋଚନା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥିଲା ।

ସର୍ବସମ୍ମତି କ୍ରମେ ସଭାପତି ଭାବେ ବଡ ଶତପଥି ଉପ ସଭାପତି ସତ୍ୟଜିତ ପ୍ରଧାନ, ସମ୍ପାଦକ ଅଶ୍ବିନି ପାତ୍ର, ସହ ସମ୍ପାଦକ ଗୌରାଙ୍ଗ ଚରଣ ଦାସ, ମାନସ ରଞ୍ଜନ ନାୟକ,କୋଷାଧ୍ୟକ୍ଷ ସୁରଥ କୁମାର ସାହୁ ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଲାଲବିହାରୀ ମିଶ୍ର,ବିଷ୍ଣୁ ପ୍ରସାଦ ବାଜପେୟୀ,କ୍ଷମାନିଧି ନାୟକ, ରଞ୍ଜନ ଦେବତା, ପ୍ରମୁଖଙ୍କୁ ରଖା ଯାଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ରତ୍ନମଣି ଶତପଥି, ପ୍ରଦୀପ୍ତ ଦାଶ, ନିଳକଣ୍ଠ ଦିପ, ଆଦର୍ଶ ନାଥ, ଧିରେନ୍ଦ୍ର ମହାନ୍ତି, ନିରୋଜ ପାଣୀ, ଜହନ କୁମ୍ଭାର,ଦେବେନ୍ଦ୍ର ସାହୁ, ମନୋଜ ଭୋଇ ମନୋନୀତ ହୋଇଛନ୍ତି । ନୁତନ କର୍ମକର୍ତ୍ତାଙ୍କୁ ସଂଘର ସଦସ୍ୟ ମାନେ ସ୍ବାଗତ କରିଥିଲେ । ୧୧ ଜଣିଆ ନିର୍ମାଣ କମିଟି ଗଠନ କରାଯାଇଥିଲା । ରଞ୍ଜନ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସଦସ୍ୟ ପ୍ରଭୁ ନୃସିଂହ ଠାକୁର ଦର୍ଶନ କରି ଅଂଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ ।

error: Content is protected !!