
ପଦ୍ମପୁର-ପଦ୍ମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପଦ୍ମପୁରର ବିଶିଷ୍ଟ ପୂର୍ବତନ ଖେଳାଳୀ ଏବଂ ଖେଳପ୍ରେମୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ସ୍ପୋର୍ଟସ ଆସୋସିଏସନ୍ ନାମରେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ଡ଼ ପ୍ରଭାତ ନାରାୟଣ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଭାବରେ ପ୍ରତାପ କୁମାର ମିଶ୍ର,ଉପସଭାପତି ଭାବରେ ସଚ୍ଚିଦାନନ୍ଦ ବହିଦାର ଏବଂ ବିଦେଶୀ ସାହୁ,ସାଧାରଣ ସମ୍ପାଦକ ଭାବରେ ଚିନ୍ମୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଭାବରେ ସଞ୍ଜୀବ ମାଝୀ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ଅଶୋକ କାଲସାଏ,ନରେଶ ବାରିକ,ପ୍ରଦୀପ ଜାଲ୍,ନରେନ୍ଦ୍ର ସାହୁ,ଡ଼ ନାରାୟଣ ପୁରୋହିତ,ରସପାଲ୍ ସିଂ ଖେରା, ଚନ୍ଦ୍ରମଣି ସାହୁ,ସରୋଜ ମିଶ୍ର,ନିରୋଜ ସିହ୍ନା,ନରୋତ୍ତମ ପଧାନ,ପ୍ରଦୀପ ପାତ୍ର, ଶିରିଷ ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏହି ବୈଠକରେ ଆଗାମୀ ଫେବୃଆରୀ ୧୨,୧୩,୧୪,୧୫ ରେ ହେବାକୁ ଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଆଲୋଚନା ହୋଇଥିଲା । କେମିତି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ସମ୍ପାଦନ କରାଯିବ ସେଥିପାଇଁ ସମସ୍ତେ ଗୁରୁତ୍ଵ ପ୍ରଦାନ କରିଥିଲେ । ପରିଶେଷରେ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।



