
ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆ ଠାରେ ଗୋଲ୍ଡେନଷ୍ଟାର କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ଉଦଯାପିତ ଖେଳରେ ୪ ଗୋଟି ଦଳ ମଧ୍ୟରୁ ଫାଇନାଲ ମ୍ୟାଚରେ ତାଳଚେର ଦଳ ଭଦ୍ରକକୁ ହରାଇ ଚାମ୍ପିୟାନ ହୋଇଛି । ଉଦଯାପନୀ ଦିନର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ କମିଟିର ସଭାପତି ଓ ସମସ୍ତ ସଦସ୍ୟ ଯୋଗଦେଇ ମାନେ ମେନ୍ ଅଫଦି ମ୍ୟାଚ ଭାବରେ ତାଳଚେର ଦଳର ରାଜୁ ପଟେଲ ଙ୍କୁ ଓ ମ୍ୟାନ ଅଫ ଦି ସିରିଜ ଭାବରେ ଭୁବନେଶ୍ବର ଦଳର ସୁନିଲ ନାୟକଙ୍କୁ ପୁରସ୍କୃତ କରିଥିଲେ।

ଫାଇନାଲ ଦିନର ମ୍ୟାଚକୁ ଅମ୍ପାୟାର ସନମ ସାହୁ,ସୁଜିତ୍ ପାଣିଗ୍ରାହୀ, ଉମେଶ ଭୋଇ,ହୋନୁ ଅଗ୍ରୱାଲ,ଅକ୍ଷୟ ସାହାଣୀ, ନାରାୟଣ ମେହେର ପରିଚାଳନା କରିଥିବା ବେଳେ ସୁନୀଲ, ସନ୍ତୋଷ ସ୍କୋରର ଦାୟିତ୍ବ ତୁଲାଇଥିବା ବେଳେ ବୁଦ୍ଧଦେବ ମହାରଣା, ମିଟୁ ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ଆକାଶ,ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ସୌରଭ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।



