Saturday, March 7, 2026
Homeଖେଳ୧୩ ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିବସ : ସେମିରେ ତାଳଚେର...

୧୩ ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଦ୍ଵିତୀୟ ଦିବସ : ସେମିରେ ତାଳଚେର ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଗୋଲ୍ଡେନଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ୧୩ତମ ସର୍ବଭାରତୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପର ଦ୍ଵିତୀୟ ଦିବସର ଖେଳରେ ୪ ଗୋଟି ଦଳ ମଧ୍ୟରୁ ତାଳଚେର କ୍ବାଟର ଫାଇନାଲ ମ୍ୟାଚରେ ରାଂଚି କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଦ୍ଵିତୀୟ ଦିନର ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ପଦ୍ମପୁରର ଥାନା ଅଧିକାରୀ ମମତା ନାୟକ ଯୋଗଦେଇ ମେନ୍ ଅଫଦି ମ୍ୟାଚ ଭାବରେ ତାଳଚେର ଦଳର ଜଗତଙ୍କୁ ପୁରସ୍କୃତ କରିଥିଲେ। ଦ୍ଵିତୀୟ ଦିନର ମ୍ୟାଚକୁ ଅମ୍ପାୟାର ସନମ ସାହୁ, ଅନ୍ତର୍ଯ୍ୟାମୀ ପଧାନ ପରିଚାଳନା କରିଥିବା ବେଳେ ସୁନୀଲ, ସନ୍ତୋଷ ସ୍କୋରର ଦାୟିତ୍ବ ତୁଲାଇଥିବା ବେଳେ ବୁଦ୍ଧଦେବ ମହାରଣା ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଉମେଶ, ଆକାଶ, ସୁଜିତ, ବିକାଶ, ଅର୍ଜୁନ, ସନ୍ତୋଷ, ଦୟା, ରୋହନ, ସୁଶୀଲ, କ୍ୟାମେରା ମେନ ପପୁ, ଦେବା, ପ୍ରଦୀପ, ଯତୀନ, ସୌରଭ, ଜଗନ୍ନାଥ, ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।

error: Content is protected !!