Saturday, March 7, 2026
Homeରାଜ୍ୟଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ପୁରେନା ଗ୍ରାମବାସୀ ।

ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ପୁରେନା ଗ୍ରାମବାସୀ ।

ପଦ୍ମପୁର – ପଦ୍ମପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନାର ଗ୍ରାମବାସୀ ସ୍କୁଲ ପ୍ରତି ଜିଲ୍ଲାଶିକ୍ଷା କାର୍ଯ୍ୟାଳୟର ବୈମାତୃକ ମନୋଭାବ ତଥା ଶିକ୍ଷକ ମାନଙ୍କର ବକେୟା ପାଉଣାକୁ ନେଇ ସୋମବାର ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଅଭିଯୋଗ କରିଛନ୍ତି। ବର୍ତ୍ତମାନର ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଦରମା, ଜି.ଆଇ.ଏସ୍ ଟଙ୍କା ଓ ୬୧୦ ସ୍କିମ୍ ର ଶିକ୍ଷକ ନିଯୁକ୍ତିରେ ପାତର ଅନ୍ତର ନିତିକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଅତି ଶୀଘ୍ର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପ୍ରତି ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଚେତାବନୀ ମଧ୍ଯ ଦେଇଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ବକେୟା ପାଉଣା ଦେବାକୁ ଓ ନିଯୁକ୍ତି ପ୍ରକ୍ରିୟାର ତଦାରଖ କରିବା ପାଇଁ ଏଡିଏମ ମଧୁଛନ୍ଦା ସାହେଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

error: Content is protected !!