Saturday, March 7, 2026
Homeରାଜ୍ୟଦେବଦତ୍ତ କ୍ଲବରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।

ଦେବଦତ୍ତ କ୍ଲବରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ।

ପଦ୍ମପୁର-ଗ୍ରାମ ଅଞ୍ଚଳର ଚାଷୀଙ୍କୁ ସଶକ୍ତ କରିବା ଓ ପୌଷ୍ଟିକ ଧାନ୍ୟର ପ୍ରଚାର ଉଦ୍ଦେଶ୍ୟରେ ଦେବଦତ୍ତ କ୍ଲବ ପରିସରରେ ଶନିବାର ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ଯକ୍ଷ ପ୍ରଣୟ କୁମାର ସାହୁ,ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ସହକାରୀ କୁଷି ଅଧିକାରୀ ସାଇ ଆଶିଷ ପଣ୍ଡା, ପିତାମ୍ବର ପଟେଲ,ଡିପିସି ଯୁବକ ମାଝୀ, ଅଭିଷେକ ସିଂ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡିଲେଶ୍ବର ସାହୁ,ସମାଜସେବୀ ଦେବେନ ଯୋଷୀ, ସୁଶାନ୍ତ କୁମାର ପଣ୍ଜା,ଯୋଗଦାନ କରିଥିଲେ।

ଏହି ଅବସରରେ ଅତିଥିମାନେ ଫିତା କାଟି ମଣ୍ଡିକୁ ଉଦ୍ଘାଟନ କରିଥିଲେ। ଏହି ମଣ୍ଡି ମାଧ୍ୟମରେ ସ୍ଥାନୀୟ ଚାଷୀମାନେ ନ୍ୟାୟସଙ୍ଗତ ଦରରେ ମାଣ୍ଡିଆ ବିକ୍ରି କରିପାରିବେ ଏବଂ ମଧ୍ୟସ୍ଥ ଦଲାଲଙ୍କ ଶୋଷଣରୁ ମୁକ୍ତି ପାଇବେ ବୋଲି ଅତିଥିମାନେ ବକ୍ତବ୍ଯ ଦେଇଥିଲେ। ସେଥିସହ ମାଣ୍ଡିଆ ଭଳି ପୌଷ୍ଟିକ ଧାନ୍ୟର ଉପଭୋଗ ବଢ଼ିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବୃଦ୍ଧି ପାଇବ। କାର୍ଯ୍ୟକ୍ରମରେ ଦେବଦତ୍ତ କ୍ଲବର ସଦସ୍ୟମାନଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ। ଶେଷରେ ବିରେନ୍ଦ୍ର ବାରିକ ଧନ୍ଯବାଦ ଅର୍ପଣ କରିଥିଲେ।

error: Content is protected !!