Saturday, March 7, 2026
Homeରାଜ୍ୟସ୍ବର୍ଗତ ଚନ୍ଦ୍ରମଣୀ ସାହୁଙ୍କ ପରିବାରକୁ ସାନ୍ତ୍ୱନା ଦେଲେ ଗୋବର୍ଦ୍ଧନ ଭୁଏ।

ସ୍ବର୍ଗତ ଚନ୍ଦ୍ରମଣୀ ସାହୁଙ୍କ ପରିବାରକୁ ସାନ୍ତ୍ୱନା ଦେଲେ ଗୋବର୍ଦ୍ଧନ ଭୁଏ।

ପଦ୍ମପୁର-ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି। ଖବର ପାଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ,ବରଗଡ ଜିଲ୍ଲା ଉପସଭାପତି ସୁନୀଲ ଅଗ୍ରୱାଲ,ଜିଲ୍ଲା ପରିଷଦ ସଦସ୍ୟା ସରସ୍ବତୀ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର,ମଣ୍ଡଳ ସଭାପତି ଦିବ୍ୟକିଶୋର ପଧାନ,ବିଜେପି ବରିଷ୍ଠ ନେତା ନାରାୟଣ ପୁରୋହିତ,ସୁବ୍ରତ ସାହୁ,ମନୋଜ ମେହେର,ମନୋଜ ପଟେଲ ପ୍ରମୁଖ ସ୍ବର୍ଗତ ସାହୁଙ୍କ ପଦ୍ମପୁର ସ୍ଥିତ ବାସଭବନରେ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।

error: Content is protected !!