
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି, ବୁକୁରାମୁଣ୍ଡା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଚତୁର୍ଦ୍ଦିଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୂଜାର୍ଚନା ପରେ ସଭା ଅନୁ୍ଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର, ସମ୍ମାନିତ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲିପ କୁମାର ବେହେରା,ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନିତା ଭୋଇ, ସମିତି ସଭ୍ଯା ସୁସ୍ମିତା ବାରିକ, ଡ. ଧନଞ୍ଜୟ ଠାକୁର, ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ତାଲପାଳି ମହାବିଦ୍ୟାଳୟ ଅଧ୍ୟାପକ ଧନପତି ଦେବତା ଯୋଗଦେଇ ଶିଶୁ ତଥା ଅବିଭାବକ ମାନଙ୍କୁ ଶିକ୍ଷା ତଥା ତାର ଗୁଣାତ୍ମକ ମାନ ବିଷୟରେ ଆଲୋକପାତ କରିଥିଲେ ।

ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ସଭାରେ ସଭାପତି ଭାବେ ଯୁବରାଜ ପ୍ରଧାନ, କୋଷାଧ୍ଯକ୍ଷ ରଙ୍କମଣି ବାରିକ,ଭୂମିଦାନ କରିଥିବା ମହୁଲପାଲି ଗ୍ରାମର ଟିକେଲାଲ ଭୋଇ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ପଞ୍ଚାନନ ବିଶି, ଭାଇ ସେବିତ କୁମାର ପାତ୍ର, ଉପେନ୍ଦ୍ର ସାହୁ, ମନୋଜ ସାହୁ, ଅପା ମଧ୍ୟରେ ଯାଜ୍ଞସେନୀ ପ୍ରଧାନ, ଅମୂଲ୍ୟ ନାୟକ, ସବିତା ନାଏକ, ରୋଜି ସେଠ୍, ରୋଜି ବାରିକ, ଭାଗ୍ୟଶ୍ରୀ ପ୍ରଧାନ, ଅନିତା ଦେବତା ସହିତ ସେବିକା ଜୟନ୍ତୀ ବାରିକ, ରୋଦନା ବରିହା, ଗୋପବନ୍ଧୁ ସେଟ ପ୍ରମୁଖ ସହଯୋଗ କରିଥିଲେ । ସଭାକୁ ସଞ୍ଚାଳନ କରିଥିଲେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଲିଙ୍ଗରାଜ ପ୍ରଧାନ ।



