Saturday, March 7, 2026
Homeଖେଳସର୍ବଭାରତୀୟ ବୋଡାସମ୍ବର କପ୍ : ୯୮ ରନ୍ ରେ ପୁନେକୁ ପରାସ୍ତ କଲା ବାପୁଜୀ କ୍ଳବ୍...

ସର୍ବଭାରତୀୟ ବୋଡାସମ୍ବର କପ୍ : ୯୮ ରନ୍ ରେ ପୁନେକୁ ପରାସ୍ତ କଲା ବାପୁଜୀ କ୍ଳବ୍ ଭୁବନେଶ୍ବର।

ପଦ୍ମପୁର – ଆର୍.ବି ହାଇସ୍କୁଲ ପଡିଆରେ ଚାଲିଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସ ତଥା ପୁଲ – ବି ର ଦ୍ଵିତୀୟ ମ୍ୟାଚ୍ ରେ ଅମର ସ୍ପୋର୍ଟସ ପୁନେ ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୧ ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ ପୁନେ ଦଳ ୨୮.୨ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୩ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଭୁବନେଶ୍ଵର ଦଳର ରାକେଶ ପଟ୍ଟନାୟକ ୫୯ ବଲ ରେ ୧୧୭ ରନ୍ ସଂଗ୍ରହ କରୁଥିବା ବେଳେ ପୁନେ ଦଳର ଅମନ୍ କୋହଲି ୭୧ ବଲ ରେ ୮୨ ରନ୍ ସଂଗ୍ରହ କରିଥିଲେ।

ପୁରସ୍କାର ବିତରଣୀ ସମାରୋହରେ ବସ୍ ମାଲିକ ସଂଘ ସମ୍ପାଦକ ଏସ୍ କେ ସାମୁଏଲ୍ ହୁସେନ୍, ସମ୍ମାନିତ ଅତିଥି ଭାବେ ବୋରାସମ୍ବର କ୍ଲବ୍ ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି ଯୋଗଦେଇ ଭୁବନେଶ୍ବର ଦଳର ରାକେଶ ପଟ୍ଟନାୟକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଶ୍ୟାମ ସୁନ୍ଦର ପଣ୍ଡା ଓ ପ୍ରତାପ ପାତ୍ର ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ରୋହିଣୀ ପାଣ୍ଡେ ଓ କୁମାର ଆନନ୍ଦ ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।

error: Content is protected !!