
ପଦ୍ମପୁର – ତାଳୁକ ଆଇନ ସେବା କମିଟି, ପଦ୍ମପୁର ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ ସ୍ଥାନୀୟ ଜେନିଥ ଲାୟନ୍ସ୍ ଗୁରୁକୁଳ, ପଦ୍ମପୁର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୂର୍ଯ୍ୟ ନାରାୟଣ ଦ୍ୱିବେଦୀ, ସବଜଜ୍ କୁମୁଦିନୀ ମୁଦୁଲି, ଉପଖଣ୍ଡୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଧ୍ରୁବୀ ସୋଲଙ୍କୀ, ପଦ୍ମପୁର ଆଇନଜୀବୀ ସଂଘର ସମ୍ପାଦକ ଚିନ୍ମୟ କୁମାର ପଣ୍ଡା,ବରିଷ୍ଠ ଓକିଲ ଗୌନ୍ତିଆ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ମିଶ୍ର, ଉପସଭାପତି ତଥା ବରିଷ୍ଠ ଓକିଲ, ନୋଟାରୀ ସୁଶାନ୍ତ କୁମାର ରଥ ଉପସ୍ଥିତ ଥିଲେ। ପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ମନୋଜ କୁମାର ପଣ୍ଡା ସ୍ୱାଗତ ଭାଷଣରେ ଭାରତୀୟ ଯୁବକ ମାନଙ୍କର ଅସୀମ ସାମର୍ଥ୍ୟ ଏବଂ ଏକ ସୁଦୃଢ, ମାଦକମୁକ୍ତ ରାଷ୍ଟ୍ର ଗଠନରେ ତାଙ୍କର ଗୁରୁତ୍ଵପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

ପରେ ଅତିଥି ମାନଙ୍କ ଅଭିଭାଷଣରେ ଶ୍ରୀ ଗୌନ୍ତିଆ ସାହୁ ବୃଦ୍ଧବୃଦ୍ଧା ମାନଙ୍କୁ ସମ୍ମାନ ଏବଂ ସେବା କରିବାର ମହତ୍ତ୍ୱ ବିଷୟ ରେ ଉଲ୍ଲେଖ କରିଥିଲେ । କୁମୁଦିନୀ ମୁଦୁଲି ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀରୁ ପ୍ରେରଣା ନେଇ ନିଜ ଜୀବନ ଗଠନରେ ବ୍ରତୀ ହେବା ପାଇଁ ଉପଦେଶ ଦେଇଥିଲେ। ଧ୍ରୁବୀ ସୋଲଙ୍କୀ ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାରର ଅପକାରିତା ବିଷୟରେ କହିଥିଲେ । ସୂର୍ଯ୍ୟ ନାରାୟଣ ଦ୍ୱିବେଦୀ ସ୍କିମର ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ ବିଷୟରେ ବିସ୍ତାରିତ ଭାବରେ କହିଥିଲେ। ଚିନ୍ମୟ କୁମାର ପାଣ୍ଡା ମାଦକ ଦ୍ରବ୍ୟର ବିପଦ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ରଂଜିତ କୋଚିଆରୀ ଧନ୍ୟବାଦ ଜ୍ଞାପନ କରିଥିଲେ


