Saturday, March 7, 2026
Homeରାଜ୍ୟକୁଲିଆରୀ ବିଟର ବିଭିନ୍ନ ଗ୍ରାମରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା ।

କୁଲିଆରୀ ବିଟର ବିଭିନ୍ନ ଗ୍ରାମରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା ।

ପଦ୍ମପୁର-ଜଙ୍ଗଲ ନିଆଁ ଦ୍ୱାରା ପରିବେଶ, ବନ୍ୟପ୍ରାଣୀ ଓ ମାନବ ଜୀବନ ଉପରେ ପଡୁଥିବା କୁପ୍ରଭାବ କୁ ଦୃଷ୍ଟିରେ ରଖି ପଦ୍ମପୁର ବନାଞ୍ଚଳ ଗାଇସିଲେଟ ସେକ୍ସନ କୁଲିଆରୀ ବିଟ ର କଟାବାହାଲ, ଜୁବାଖୋଲ ଏବଂ କୁଲିଆରୀ ଗ୍ରାମରେ ବନରକ୍ଷୀ ଲିଜୀ ମହାପାତ୍ରଙ୍କ ନେତୃତ୍ଵରେ ଏକ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ସମାଜସେବୀ ତଥା ପ୍ରକୃତି ପ୍ରେମୀ ସୁଶାନ୍ତ ପଣ୍ଡା ଯୋଗଦେଇ ଜଙ୍ଗଲ ନିଆଁର କାରଣ,ଏହାର କ୍ଷତି ଓ ପ୍ରତିରୋଧ ଉପାୟ ସମ୍ପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରିଥିବା ବେଳେ ଗ୍ରୀଷ୍ମ ଋତୁରେ ଅବହେଳା ଜନିତ କାର୍ଯ୍ୟ, ଜଳୁଥିବା ବିଡ଼ି,ସିଗାରେଟ ଫିଙ୍ଗିବା ଓ ମହୁଲ ଫୁଲ ଗୋଟାଇବା ସମୟରେ ମହୁଲ ଗଛ ତଳେ ଶୁଷ୍କ ପତ୍ରକୁ ନିଆଁ ଲଗାଇବା ଫଳରେ କିପରି ଭୟାବହ ଅଗ୍ନିକାଣ୍ଡ ଘଟୁଛି ସେଥିରେ ବିସ୍ତୃତ ଆଲୋଚନା କରିଥିଲେ ।

ବନରକ୍ଷୀ ଲିଜୀ ମହାପାତ୍ର ଜଙ୍ଗଲରେ ନିଆଁ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା, ଜଙ୍ଗଲ ସୁରକ୍ଷା ଦଳ ସହ ସହଯୋଗ କରିବା ଓ ନିଆଁ ନିରୋଧ ପାଇଁ ସଚେତନତା ଅଭିଯାନରେ ଭାଗ ନେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିବା ବେଳେ । “ଜଙ୍ଗଲ ବଞ୍ଚିଲେ ଜୀବନ ବଞ୍ଚିବ” ବାର୍ତ୍ତା ପ୍ରଚାର କରି ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!