
ଗାଇସିଲେଟ-ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଗାଇସିଲେଟ ବ୍ଲକ ଅଧ୍ଯକ୍ଷ ପ୍ରଣୟ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ରାମଲାଲ ବରିହା, ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ ବେହେରା,ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଯୁବରାଜ ସାହୁ,ଫିରିଙ୍ଗିମାଲ ପଞ୍ଚାୟତର ସରପଂଚ ପହିଲମାନ ସିଂ ବରିହା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ମାଝୀ, ପୂର୍ବତନ ସଂପାଦକ ଡିଲେଶ୍ବର ସାହୁ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଡନସନା ଅଧ୍ଯକ୍ଷତା କରିଥିଲେ।

ବିଦ୍ୟାଳୟର ସହକାରୀ ହେମନ୍ତ କୁମାର ବାରିକ ସ୍ବାଗତ୍ ଅଭିନନ୍ଦନ ଜଣାଇ ଉପଢୌକନ ଦେଇ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ବିବରଣୀ ପଠନ କରିଥିଲେ ଓ ହେମନ୍ତ କୁମାର ବାରିକ ସଭାପରିଚାଳନା କରିଥିଲେ। ଅତିଥି ବୃନ୍ଦ ବାର୍ଷିକ ଉତ୍ସବରେ ନିଜ ନିଜର ମତବ୍ୟକ୍ତ ଦେଇ ପାଠ ସହିତ ଖେଳ, ନାଚ, ଗୀତର ଆବଶ୍ଯକତାର ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ଓ ଗ୍ରାମ କମିଟିର ସଦସ୍ଯ ସଦସ୍ଯା ଅଭିମନ୍ୟୁ ପାଣ୍ଡେ, ନିରାକାର ସା, ସମାରୁ ସାହୁ, ଅମିନ ସାହୁ,

ଘନଶ୍ୟାମ ଭୋଇ ଓ ଗାଇସିଲେଟ ବ୍ଲକର ପ୍ରଧାନ ଶିକ୍ଷକ ମାନେ ମନୋଜ ସାହୁ, ମୋହନ ରଣା, ଗୁଣ ଛତର, ପର୍ଶୁରାମ ପଧାନ, ବିଷ୍ଣୁ ଭୋଇ, ପ୍ରଶାନ୍ତ ହୋତା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଛେଲିଆ ପୋଡ, ଘନଶ୍ୟାମ ଥନାପତି,ସହଦେବ ପୋଡ, ଭାଗ୍ୟଵାନ ସା, ଉଦେ ସାହୁ, ସୁବାଷ ବରିହା, ଅର୍ଜୁନ ସାହୁ, ଗୋପାଳ ମହାଲିଙ୍ଗ ସହଯୋଗ କରିଥିଲେ। ଶେଷରେ କୁଷ୍ଣଚନ୍ଦ୍ର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ ।



