Saturday, March 7, 2026
Homeରାଜ୍ୟବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଲାୟନ୍ସ କ୍ଲବ ସଦସ୍ୟଙ୍କ ମକର ଭେଟି ।

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଲାୟନ୍ସ କ୍ଲବ ସଦସ୍ୟଙ୍କ ମକର ଭେଟି ।

ପଦ୍ମପୁର-ସମାଜସେବାରେ ନିଃସ୍ବାର୍ଥପର ଭାବରେ ଅନବରତ କାମ କରୁଥିବା ଲାୟନ୍ସ କ୍ଲବ ସଂଗଠନ ପଦ୍ମପୁର ଶାଖା ତରଫରୁ ସଭାପତି ପ୍ରିତମ ମେହେରଙ୍କ ନେତୃତ୍ବରେ ଅର୍ନ୍ତରାଷ୍ଟ୍ରୀୟ ଲାୟନ୍ସ କ୍ଲବର ପ୍ରତିଷ୍ଠାତା ମେଲଭିନ ଯୋନ୍ସଙ୍କ ଜନ୍ମଦିନ ଅବସରରେ ଆଗଲପୁର ବ୍ଲକ ବାଗଝୁଲା ସ୍ଥିତ ସମୀର ଦିବ୍ୟାଙ୍ଗ ଏବଂ ବୃଦ୍ଧାଶ୍ରମର ୩୫ ଜଣ ଅନ୍ତେବାସୀ ମାନଙ୍କ ସହ ମକର ମିଳନ ଅନୁଷ୍ଠିତ ହୋଇଯାଇଛି । କ୍ଳବର ସଦସ୍ଯ ମାନେ ଅନ୍ତେବାସୀ ମାନଙ୍କ ଦୁଇ ମାସର ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହି ଅବସରରେ କ୍ଲବର ସମ୍ପାଦକ ଲାୟନ୍ସ ସୌମ୍ୟଜିତ ପାଢୀ, ଲାୟନ୍ସ ଚିତ୍ତରଞ୍ଜନ ଦାଶ, ଲାୟନ୍ସ ସନ୍ତୋଷିନୀ ରଥ, ଲାୟନ୍ସ ବିନୋଦ ବିହାରୀ ମିଶ୍ର, ଲାୟନ୍ସ ହିମାଂଶୁ ଯୋଷୀ, ଲାୟନ୍ସ ରାଜେନ୍ଦ୍ର ମେହେର, ଲାୟନ୍ସ ସିମା ମେହେର, ଲାୟନ୍ସ ମିନାକ୍ଷୀ ମେହେର, ଲାୟନ୍ସ ଶାଶ୍ବତ ଦାଶ ପ୍ରମୁଖ ସାମିଲଥିଲେ ।

error: Content is protected !!