Saturday, March 7, 2026
Homeଖେଳ୩୦ ତମ ସର୍ବଭାରତୀୟ ବୋଡାସମ୍ବର କପ୍ : କଟକ କୁ ହରାଇ ସେମିରେ ରାଉରକେଲା...

୩୦ ତମ ସର୍ବଭାରତୀୟ ବୋଡାସମ୍ବର କପ୍ : କଟକ କୁ ହରାଇ ସେମିରେ ରାଉରକେଲା ।

ପଦ୍ମପୁର-ଆର୍.ବି ହାଇସ୍କୁଲ ପଡିଆରେ ଚାଲୁଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ କଟକ ୟୁନିଅନ ସ୍ପୋଟିଙ୍ଗ ଓ ଆର୍ .ୱାଇ.ସି.ସି ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଉଲକେଲା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୯ ୱିକେଟ୍ ହରାଇ ୨୧୧ରନ୍ ସଂଗ୍ରହ କରିଥିଲା। ପ୍ରତି ଜବାବ ରେ କଟକ ଦଳ ନିର୍ଦ୍ଧାରିତ ୩୦ ଓଭରରେ ୯ ୱିକେଟ୍ ହରାଇ ୨୦୮ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା।

ଫଳରେ ରାଉଲକେଲା ଦଳ ସେମି ରେ ପ୍ରବେଶ କରିଛି। କଟକ ଦଳର ବିନାୟକ ସାହୁ ୫୦ବଲ ରେ ୬୬ରନ୍ ସଂଗ୍ରହ କରିଥିଲେ। ସେହିପରି ରାଉଲକେଲା ଦଳର ଆକାଶ ଠାକୁର ୬ଓଭର ରେ ୧୮ ରନ୍ ପ୍ରଦାନ କରି ୪ୱିକେଟ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ପୁରସ୍କାର ବିତରଣୀ ସମାରୋହରେ ରାୟପୁର ଏମ୍ସ ର ଡଃ ରାଧାକୃଷ୍ଣ ରାମଚନ୍ଦାନୀ ମୂଖ୍ୟ ଅତିଥି,

ସମ୍ମାନୀତ ଅତିଥି ଭାବେ କ୍ଳବ୍ ର ବରିଷ୍ଠ ସଦସ୍ୟ ଦିନେଶ ପାଣିଗ୍ରାହୀ, କପିଳେଶ୍ୱର ଅଗ୍ରୱାଲ ସୁରଜିତ୍ ଦୀପ , ପ୍ରମୋଦ ମିଶ୍ର , ଜ୍ଞାନଚନ୍ଦ ଲୋହାର ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ।ଆଜିର ମ୍ୟାଚ୍ କୁ ଚୂଡ଼ାମଣି ପାଢୀ ଓ ସୁଶାନ୍ତ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ରିଙ୍କୁ ବରିହା, ଅମରେଶ ବେହେରା ସ୍କୋରର, ପ୍ରକାଶ ପାତ୍ର, ସନ୍ତୋଷ ନାୟାର,କୁମାର ଆନନ୍ଦ, ରୋହିଣୀ ପାଣ୍ଡେ ଓ ବିକାଶ କୁମ୍ଭାର ଉଦ୍ଘୋଷକ ଦାୟିତ୍ଵ ବହନ କରିଥିଲେ।

error: Content is protected !!