Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିପ୍ରାଥମିକ ମେଧାବୃତ୍ତି ପରୀକ୍ଷାରେ ଟେମରୀ ଉ.ପ୍ରା. ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ସଫଳତା ।

ପ୍ରାଥମିକ ମେଧାବୃତ୍ତି ପରୀକ୍ଷାରେ ଟେମରୀ ଉ.ପ୍ରା. ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ସଫଳତା ।

ପାଇକମାଲ-ସମ୍ପ୍ରତି ପ୍ରକାଶିତ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଫଳାଫଳରେ ପଦ୍ମପୁର ଉପଖଣ୍ଡ ଟେମରୀ ଉ.ପ୍ରା. ବିଦ୍ଯାଳୟର ସୋନୁ ବାଗ ତୃତୀୟ ଶ୍ରେଣୀରେ ,ଶ୍ରୀୟା ଠାକୁର ଓ ଚିନ୍ମୟ ଠାକୁର ପଞ୍ଚମ ଶ୍ରେଣୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ସାଗକତା ପାଇଁ ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହର ଖେଳିଯାଇଛି । ଏହି ପରିପେକ୍ଷିରେ ଏକ ବିଜୟ ଉଲ୍ଲାସ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବସନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ କମିଟି ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇ ସଭାର ଉଦ୍ଦେଶ୍ୟ ଜ୍ଞ୍ୟାପନ କରିଥିଲେ ।

ନିୟମିତ ଅଭ୍ୟାସ ଓ ସଠିକ ମାର୍ଗଦର୍ଶନ ଦ୍ୱାରା ଏହି ସଫଳତା ସମ୍ଭବ ହୋଇଛି ବୋଲି ସହକାରୀ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଓ ଉପେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଥିଲେ ।ଏହାପରେ ବିଦ୍ୟାଳୟ ପକ୍ଷରୁ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବାସହ ତାଙ୍କର ଆଗାମୀ ଶିକ୍ଷାଜୀବନରେ ଅଧିକ ସଫଳ ହେବାକୁ ଶୂଭେଚ୍ଛା ଜଣାଯାଇଥିଲା । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଅକ୍ଷୟ ଡୁଡୁକା, କୈଳାଶ ବରିହା ଓ ଶିକ୍ଷୟିତ୍ରୀ ରୂତୁପର୍ଣ୍ଣା ସିଂ ବରିହା ସହଯୋଗ କରିଥିଲେ ।ପରିଶେଷରେ ଗ୍ରାମରେ ଏକ ଶୋଭାଯାତ୍ରା କରିବା ସହ କୃତୀ ଛାତ୍ରଛାତ୍ରୀଙ୍କ ପିତୃବୃନ୍ଦ କେଶବ ବାଗ, ଭେଙ୍କଟ ରମଣ ଠାକୁର ଓ ବିନୋଦ ଠାକୁର ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଖୁସିରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

error: Content is protected !!