
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ତ୍ରି ଦିବସୀୟ ରୌପ୍ୟ ଜୟନ୍ତୀ ସମାରୋହରର ପ୍ରଥମ ଦିବସରେ ଶୁକ୍ରବାର ଦିନ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଲଦୁଲି, କଳଙ୍ଗି, ଘଣ୍ଟ ବାଦ୍ୟ ସମେତ ପାରଂପରିକ ଲୋକବାଦ୍ୟ ତାଳେ ତାଳେ ଶୋଭାଯାତ୍ରାରେ ଯାଇ ବନ୍ଦେଶ୍ୱରୀ ନଦୀ କୂଳରେ ଏବଂ ବାବା ଧବଳେଶ୍ଵରଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା ।ଉକ୍ତ ସ୍ଥାନରୁ ପୂର୍ଣକୁମ୍ଭ ଏବଂ ଜ୍ୟୋତି ନେଇ ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିଥିଲା ।

ଗ୍ରାମବାସୀ ନିଜ ଘର ସମ୍ମୁଖରେ ଚିତା ମୁରୁଜ ସହ ପୂର୍ଣକୁମ୍ଭ୍ ବସାଇ ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ସାହୁ, ନେତାଜୀ କ୍ଲବ୍ ସଭାପତି ସରୋଜ ପାଣିଗ୍ରାହୀ, ସଂଯୋଜକ ଲମ୍ବୋଦର ତାଣ୍ଡି, ଆବାହକ ସୁଶାନ୍ତ ମିଶ୍ର,ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କ୍ଷିରସିନ୍ଧୁ ସୁନା,ସେବାଶ୍ରମ ପ୍ରଧାନ ଶିକ୍ଷକ ଜୟନାରାୟଣ ମେହେର, ପୂର୍ବତନ କମିଟି ସଦସ୍ୟ ଲିଙ୍ଗରାଜ ଥନାପତି,ଅଧ୍ୟାପକ ମନିଶ ମିଶ୍ର,

ଶତୃଘ୍ନ ପ୍ରଧାନ,ଶୋଭାମୟୀ ପ୍ରଧାନ,ପ୍ରିୟବ୍ରତ ସାହୁ,ନାରାୟଣ ହୋତା,ରାଜେଶ ଥନାପତି,ରତିକାନ୍ତ ସୁଆର,ସୁବଳ ସାହୁ,ମାନଭଞ୍ଜନ ହୋତା,ଦେବରାଜ ସାହୁଙ୍କ ସମେତ ମହାବିଦ୍ୟାଳୟ କର୍ମଚାରୀ,ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ର ଛାତ୍ରୀ,ଗ୍ରାମବାସୀ,ଶିକ୍ଷାପ୍ରେମୀ,ପୂର୍ବତନ ପରିଚାଳନା କମିଟି ସଦସ୍ୟ,ନେତାଜୀ କ୍ଲବ୍ ସଦସ୍ୟ ପ୍ରମୁଖ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।ମହାବିଦ୍ୟାଳୟରେ ପୂଜାର୍ଚ୍ଚନା ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ ହୋଇଯାଇଛି ।




