Saturday, March 7, 2026
Homeଅଘଟଣଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପରଲୋକ ।

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପରଲୋକ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ କେ.ଆର.ପି ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡାର ଚତୁର୍ଥଶ୍ରେଣୀ କର୍ମଚାରୀ ଶୁକ୍ରୁ ବଗର୍ତ୍ତୀଙ୍କ ୫୩ ବର୍ଷ ବୟସରେ ହୃଦଘାତରେ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ସେ ଜଣେ କର୍ତ୍ତବ୍ୟ ନିଷ୍ଠ,ମେଳାପୀ ତଥା ପରୋପକାରୀ ବ୍ୟକ୍ତିଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପଛରେ ପତ୍ନୀ, ବୃଦ୍ଧ ବାପା ଓ ମାଆ ତଥା ତାଙ୍କର ତିନି ପୁତ୍ର ସୁନିଲ, ସୁଶିଲ ଓ ଝସକେତନଙ୍କୁ ଛାଡ଼ି ଯାଇଛନ୍ତି।ଗ୍ରାମର ସ୍ବର୍ଗ ଦ୍ବାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ବଡ଼ପୁଅ ସୁନୀଲ ମୁଖାଗ୍ନୀ ଦେଇଥିଲେ। ସ୍କୁଲର ସମସ୍ତ କର୍ମଚାରୀ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।

error: Content is protected !!