Saturday, March 7, 2026
Homeରାଜ୍ୟବରପାଲି କେନାଲ ଉପଖଣ୍ତ ସ୍ତରିୟ ପାଣିପଞ୍ଚାୟତ ସପ୍ତାହ ପାଳିତ।

ବରପାଲି କେନାଲ ଉପଖଣ୍ତ ସ୍ତରିୟ ପାଣିପଞ୍ଚାୟତ ସପ୍ତାହ ପାଳିତ।

ବରପାଲି-ବରପାଲି କେନାଲ ଡିଭିଜନ କାର୍ଯ୍ଯଳୟ ପରିସରରେ ଉପଖଣ୍ତ ସ୍ତରିୟ ପାଣିପଞ୍ଚାୟତ ସପ୍ତାହ ପାଳିତ ହୋଇଯାଇଛି। ବରପାଲି କେନାଲ ଅଧିକ୍ଷଣ ଯନ୍ତ୍ରୀ ଇ.ଚନ୍ଦନ ସରାଫଙ୍କ ଅଧ୍ୟକ୍ଷତାରେ କାଯ୍ଯକ୍ରମ ପରିଚାଳିତ ହୋଇଥିଲା। ମୂଖ୍ୟଅତିଥି ଭାବରେ ବୁର୍ଲ୍ଲା ଅତିରିକ୍ତ ମୁଖ୍ଯମନ୍ତ୍ରୀ ଇ.ଯ୍ଯୋର୍ତିମୟ ବେହେରା ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାମପୁର ଉପଖଣ୍ତ ଯନ୍ତ୍ରୀ ଇ.ଅଭିନନ୍ଦନ କିଶାନ, ବରପାଲି ଉପଖଣ୍ତ ଯନ୍ର୍ତୀ ଇ.ରାମବାବା କରଣ୍ତେଲା, ଶୁଖା ଅତିରିକ୍ତ ଯନ୍ତ୍ରୀ ଇ.ପ୍ରଶାନ୍ତ କୁମାର ମଙ୍କର ପ୍ରମୁଖ ମଞ୍ଚାଶିନ ହୋଇଥିଲା। ଉପସ୍ଥିତ ଅତିଥି ମାନେ ପାଣି ପଞ୍ଚାୟତ ସପ୍ତାହର ମୂଳଲକ୍ଷ୍ଯ ସହ କେନାଲର ସୂରକ୍ଷା,ପାଣି ପ୍ରବାହ, ଚାଷୀ ଏବଂ ଚାଷକାର୍ଯ୍ଯ ବ୍ୟବସ୍ଥା ସହ ବିଭିନ୍ନ ସହୟତା ଦୃଷ୍ଟିକୋଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ବରପାଲି କେନାଲ କନିଷ୍ଟ ଯନ୍ତ୍ରୀ ଇ.ଅବିନାଶ ହଁସଦା,ରାମପୁର ଇ.ରୋହିଦାସ ସିଂ, କୋଇବାହାଲ କନିଷ୍ଟ ଯନ୍ତ୍ରୀ ଇ.ଶ୍ରୀକାନ୍ତ କୁଜୁର,ବଡକର୍ଲେକନିଷ୍ଟ ଯନ୍ତ୍ରୀ ଇ.ସତ୍ଯପ୍ରକାଶ ସାହୁ,ଭିମଟିକିରା କନିଷ୍ଟ ଯନ୍ର୍ତୀ ଇ.ମଣିରାଜ ରୁହିଆ ହଁସଦା ଏବଂ ରେଟାମୁଣ୍ତା ସେକସନ କନିଷ୍ଟ ଯନ୍ତ୍ରୀ ଇ.ପ୍ରଶାନ୍ତ କିଶାନ ପ୍ରମୁଖ ସହଯୋଗ କରିଥିଲେ। ଲେଣ୍ତା ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ସ୍ବାଇଁଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ନିମନ୍ତ୍ରୀତ ଅତିଥି ମାନଙ୍କ ଦ୍ବାରା ଶ୍ରେଷ୍ଠ ଓ ବିଜୟୀ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ କନିଷ୍ଠ ଯନ୍ର୍ତୀ ଇ.ଅବିନାଶ ହଁସଦା ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!