
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ଥାନା ସାଧୁପାଲି ଗ୍ରାମରେ ମହାନ୍ ପ୍ରାଣା ବିମଳା ସୁନାଙ୍କ ଏକାଦଶାହ କାର୍ଯ୍ୟରେ ପୁଅ କ୍ଷୀରସିନ୍ଧୁ ସୁନାଙ୍କ ଆବାହକତ୍ୱରେ ବୌଦ୍ଧ ରୀତିନୀତିରେ ପରିଚାଳନା ଉପାସକ ଜଗଦୀଶ ବୌଦ୍ଧ,ଉପାସକ ଗୋଳାପ ବୌଦ୍ଧ,ରାଷ୍ଟ୍ରୀୟ ବୌଦ୍ଧ ମହାସଭା, ଓଡ଼ିଶାଙ୍କ ସଂଯୋଜନାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତି ସଭାରେ ଲିଙ୍ଗରାଜ, ଶିବ ପ୍ରଧାନ, ସୀତାରାମ ମେହେର,ବଳଦେବ ସୁନା, ନାରାୟଣ ବେଶ୍ରା,ଦୟାନିଧି କୁମ୍ଭାର,ଦାଉଦ୍ କଅଁର,ସତ୍ୟାନନ୍ଦ ପ୍ରଧାନ, ମକରଧ୍ବଜ ବଗାର୍, ସରୋଜ ପାଣିଗ୍ରାହୀ, ଉପେନ୍ଦ୍ର ପଟେଲ ସମେତ ୩୬ ଜଣ ଶୁଭେଚ୍ଛୁ ଦିବଙ୍ଗତ ଆତ୍ମାର ସ୍ମୃତି ଚାରଣ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ବିମଳା ସୁନା ଏକ ଦଳିତ ପରିବାରର ଶିକ୍ଷା ଦୀକ୍ଷାର ଉନ୍ନତି ପାଇଁ କେତେଯେ କଷ୍ଟ କରି ସମାଜରେ ପରିବାରକୁ ପ୍ରତିଷ୍ଠିତ କରିଛନ୍ତି ତାହାର ସୂଚନା ଦେବା ସହ ପରିବାରକୁ ସ୍ୱାନ୍ତନା ପ୍ରଦାନ କରିଥିଲେ। ରାତିରେ ଦିବଙ୍ଗତ ଆତ୍ମାର ସଦ୍ ଗତି ପାଇଁ ଅଲେଖ ମହିମା ଧ୍ବନିରେ ଶଙ୍କର ବାବା,କତୃକଟାଙ୍କ କରକମଳରେ ଘୃତାହୁତି ପୂର୍ବକ ଯଜ୍ଞ କରାଯାଇଥିଲା।



