
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାର ନୂତନ କ୍ରୀଡ଼ା ଶିକ୍ଷକ ତରଣୀସେନ ସାହୁଙ୍କ ଯୋଗଦାନ ଅବସରରେ ଭବ୍ୟ ସ୍ୱାଗତ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା,ବରିଷ୍ଠ ଶିକ୍ଷକ ଅରୁଣ କୁମାର ବନିଆ,ଶିକ୍ଷୟିତ୍ରୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ,ରୋଶନୀ ଦେହେରୀ,ଶିକ୍ଷକ ହରିହର ସାହୁ,ଜିତେନ୍ଦ୍ରିୟ ଗିଙ୍ଗିରା,ଦାଶରଥୀ ମହାନନ୍ଦ,ବଳରାମ ଦେହେରୀ,ଗୋବର୍ଦ୍ଧନ ମିଶ୍ର,ସଞ୍ଜୟ ଦେହେରୀ,ସୁଶାନ୍ତ ମେହେର,କନିଷ୍ଠ ସହାୟିକା ମୋନାଲିସା ପାଣିଗ୍ରାହୀ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଦିତ୍ୟ ଦାଶ ଓ ଶଶୀଭୁଷଣ ବାରିକ ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ନିଜ ଦାୟିତ୍ବ ଅନୁସାରେ ବିଦ୍ୟାଳୟର ଉନ୍ନତି କଳ୍ପେ କାର୍ଯ୍ୟ ସୁଚାରୁରୂପେ ତୁଲାଇବାକୁ ତରଣୀସେନ ସାହୁ ସଂକଳ୍ପ ନେଇଥିଲେ ।



