
ପାଇକମାଳ-ପାଇକମାଳ ବ୍ଲକ ପଲସାନି,ବୁକୁରମୁଣ୍ଡା ସ୍ଥିତ ଅଲେଖ ମହିମା ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମଯଂଜ୍ଞ ଓ ନବମ ବାର୍ଷିକ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସାଧୁ ବଳରାମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳ ପଦ୍ମପୁର ଆବାହକ ସୁରେଶ ରାମଚନ୍ଦାନୀ,ସମ୍ମାନିତ ଅତିଥି ଭାବରେ ଟେମରି ସରପଞ୍ଚ ଦିଲୀପ ବେହେରା, ସମାଜ ସେବୀ ନିରୋଜ ଦୋରା, ବାବା ଶିବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

ଏହି ଅବସରରେ ଆଶ୍ରମ ପାଇଁ ଜମି ପ୍ରଦାନ କରିଥିବା ଘନଶ୍ୟାମ ବାଙ୍କା,ହରି ବରିହା,ଶ୍ରୀମଦ ବିଶ୍ୱାଳ,ବିନୋଦ ଭୋଇ ଏବଂ ପୁରାତନ ସଦସ୍ୟ ତଥା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଲିଙ୍ଗରାଜ ପ୍ରଧାନ ପରିଚାଳନା କରିଥିବା ବେଳେ ବୁକୁରାମୁଣ୍ଡା ସରପଞ୍ଚ ଅନିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଓ ମହିମା ପ୍ରେମୀ ଦର୍ଶନ କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୬୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବୁକୁରମୁଣ୍ଡା, ପଲସାନୀ ଓ ମହୁଲପାଲି ଗ୍ରାମବାସୀ ସୁଚାରୁ ରୂପେ ପରିଚାଳନା କରିଥିଲେ ।



