
ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ଜିଲ୍ଲା ମା ମାହେଶ୍ୱରୀ ସେନାର ସଭାପତି ଅନିଲ ପଲିଆଙ୍କ ଅଧ୍ୟକ୍ଷତାରେ ଡ଼ମରୁଗଡ ଠାରେ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଲିଆ ସଂଗଠନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ସମ୍ପାଦକ ମହେନ୍ଦ୍ର ମହାକୁଳ ସଂଗଠନର ନୀତି ନିୟମ ତଥା ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ଜିଲ୍ଲା ଆବାହକ ଅକ୍ରୁର ଗାଇଗୌରିଆ ଆଗାମି ଦିନରେ ସଂଗଠନ କିପରି ସଦୃଢ ହେବା ସହ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ସେବା ଯୋଗେଇବ ସେବିଷୟରେ ଆଲୋଚନା କରିଥିଲେ। ସହସ୍ରାଂଶୁ ମହାକୁଳ ଧନ୍ୟବାଦ ଅର୍ପଣ କରିଥଲେ।

ଜିଲ୍ଲା କୋଷାଧକ୍ଷ ନରେନ୍ଦ୍ର କର୍ମି, ଜିଲ୍ଲା ଉପସଭାପତି ସ୍ୱାଧୀନ କର୍ମି, ଜିଲ୍ଲା ସହସମ୍ପାଦକ ଲିପୁନ ମହାକୁଳ, କଣ୍ଟାମାଲ ବ୍ଲକ ସଭାପତି ଅବିନାଶ କମ୍ପ, ସଂଗଠନର ସକ୍ରିୟ ସଦସ୍ୟ ଦିଲ୍ଲୀପ କର୍ଣ୍ଣ, ରଂଜିତ ମହାକୁଳ, ରଶ୍ମି ଡ଼ାଙ୍ଗ, ପରମାନନ୍ଦ ମହାକୁଳ, ନିରଞ୍ଜନ ମେଣ୍ଡିଲି, ଟଙ୍କଧର ଖମାରି, ନିରଞ୍ଜନ ଗେଜ, ଆଦିତ୍ୟ ମହାକୁଳ, ଶଶୀ ମହାକୁଳ, ମକରଧ୍ୱଜ ବାରିକ, ଏକଲବ୍ୟ ଗାଗୌରିଆ, ଶିବାଜୀ ମହାକୁଳ, ପୀତବାସ ଖେତି, ସଲିନ ମହାକୁଡ଼ ସୁନୀଲ ମେଣ୍ଡିଲି ଆଶିଷ ଡ଼ାଙ୍ଗ, ପିଣ୍ଟୁ ମହାକୁଳ, ପ୍ରଶାନ୍ତ ମହାକୁଳ ଏବଂ ହରଭଙ୍ଗା ବ୍ଲକର ବହୁ ସଂଖ୍ୟାରେ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ।



