Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି“ସରକାରୀ ମାନ୍ୟତା ଆମ ଉଲଗୁଲାନର ମାପକାଠି ନୁହେଁ” - ସାକେତ ।

“ସରକାରୀ ମାନ୍ୟତା ଆମ ଉଲଗୁଲାନର ମାପକାଠି ନୁହେଁ” – ସାକେତ ।

ପ୍ରାୟ ଦେଢ ଦଶକ ଧରି କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଲଢେଇ ଜାରି ରଖିଥିବା ଜଣେ ସ୍ୱାଭିମାନୀ ସଂଗ୍ରାମୀ ସାକେତ ଶ୍ରୀଭୁଷଣ ସାହୁଙ୍କ ସହ ଏକ ବିଶେଷ ସାକ୍ଷାତକାର ।

  • ଆପଣ ପ୍ରାୟ ଦେଢ ଦଶକ ହେଲା କୋସଲି ଭାଷାର ସାମ୍ବିଧାନିକ ସ୍ୱିକୃତୀ ପାଇଁ ଲଢେଇ କରିଆସୁଛନ୍ତି । ବର୍ତ୍ତମାନ ଏହାର ସ୍ଥିତି କଣ ?
  • ସରକାରୀ ମାନ୍ୟତା ଆମ ଉଲଗୁଲାନର ମାପକାଠି ନୁହେଁ । ବିଗତ ଦେଢ ଦଶକରେ ପଶ୍ଚିମ ଓଡିଶାର ସାଂସ୍କୃତିକ ମାନଚିତ୍ରରେ ବହୁତ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି । ବୁଦ୍ଧିଜୀବି, ଲେଖକ ଗୋଷ୍ଠୀ ଠୁ ଆରମ୍ଭ କରି ସାଧାରଣରେ ମଧ୍ୟ ନିଜ ମାତୃସଂସ୍କୃତି ଓ ମାତୃଭାଷାକୁ ଭଲପାଇବା ସହ ବିଭିନ୍ନ ମାଧ୍ୟମରେ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାରପ୍ରସାର ହେଉଥିବା ଦେଖିବାକୁ ମିଲିଛି । ସାଧାରଣରେ ନିଜ ସଂସ୍କୃତି ଓ ନିଜ ଭାଷା ପାଇଁ ସଚେତନର ସ୍ଥର ବଢିଛି ବିଶେଷକରି କବି ଲେଖକମାନଙ୍କ ମଧ୍ୟରେ କୋସଲି ସାହିତ୍ୟ ସୃଷ୍ଟି ତାର ପ୍ରଚାର ପ୍ରସାର ବ୍ୟାପକ ହୋଇଛି । ଏହାକୁ ଡେଢ ଦଶକର ଉଲଗୁଲାନର ଉପଲବ୍ଧି କହିଲେ କିଛି ଭୁଲ ହେବନାହିଁ ।
  • ସରକାର କାହିଁକି ମାନ୍ୟତା ଦେଉନାହାନ୍ତି ବୋଲି ଭାବୁଛନ୍ତି ?
  • ବୋଧେ ସରକାରକୁ ଏଥିରୁ କିଛି ରାଜନୈତିକ ଫାଇଦା ହେଉନାହିଁ, ସେଥିପାଇଁ ଉଦାସୀନ ।
  • ତ କଣ କଲେ ସରକାର ଆପଣକର ଦାବି ମାନିପାରେ ବୋଲି ଭାବୁଛନ୍ତି ?
  • ଦୀର୍ଘ ଡେଢ ଦଶକର ସଂଗ୍ରାମରେ ଦିଲ୍ଲି ପ୍ରେସ କ୍ଲବରେ ୨୦୧୨ରୁ ପ୍ରତିବର୍ଷ ପ୍ରେସ ମିଟ କରାଯାଉଛି, ଯନ୍ତର ମନ୍ତରରେ ୨୦୧୮ରୁ ପ୍ରତିବର୍ଷ ଧାରଣା, ପଶ୍ଚିମ ଓଡିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ରେଲି ଓ ସଭା କରାଯାଇଛି । ୨୦୧୪ରେ ଘର ଘର କୋସଲି ଅଭିଯାନ କରାଯାଇଥିଲା । ୨୦୧୨ ଓ ୨୦୨୪ରେ ଦୁଇଥର କୋସଲ ଇଲାକାର ସବୁ ଜିଲ୍ଲାକୁ ବ୍ୟକ୍ତିଗତ ଭାବେ କୋସଲ ରଥ ସହ ବୁଲିଛି । ଅନେକ ଧାରଣା ଓ ରେଲି ହୋଇଛି ବିଭିନ୍ନ ସ୍ଥାନରେ । ଏ ସବୁରୁ ସାଧାରଣ ଲୋକଙ୍କ ଭିତରେ ନିଜ ମାତୃସଂସ୍କୃତି ଓ ମାତୃଭାଷାକୁ ଭଲପାଇବା ବଢିଛି । ସଚେତନ ଓ ସ୍ୱାଭିମାନୀ ବି ହୋଇଛନ୍ତି । ମାତ୍ର ଆମକୁ ସଚେତନର ସ୍ଥରକୁ ଆହୁରି ବଢେଇବା ସହ କୋସଲି ସ୍ୱାଭିମାନର ଚେତନା ଜାଗ୍ରତ କରିବାକୁ ପଡିବ । ଛାତ୍ରଗୋଷ୍ଠୀ ଓ ଯୁବଗୋଷ୍ଠୀ ମଧ୍ୟରେ ଏ ସ୍ୱାଭିମାନ ବହୁତ ଜରୁରୀ । ଯେଉଁ ଦିନ କୋସଲ ଅଂଚଳର ସାଧାରଣ ଲୋକ ସ୍ୱର ଉତ୍ତୋଳନ କରିବେ ସେ ଦିନ ସରକାର ଆମ କଥା ଶୁଣିବାକୁ ବାଧ୍ୟ ହେବେ ।
  • ଆପଣ ୨୦୨୪ର କୋସଲ ରଥ ପରେ ଚୁପ ଅଛନ୍ତି, କୌଣସି କାର୍ଯ୍ୟକ୍ରମ ହାତକୁ ନେଉନାହାନ୍ତି କାହିଁକି ?
  • ମୁଁ ସଠିକ ଯୁବ ନେତୃତ୍ୱର ଅନୁସନ୍ଧାନରେ ଅଛି । ମୁଁ ଚାହୁଛି ଆଉ କେହି ଯୁବକ ଆଗକୁ ଆସି ଏ ଉଲଗୁଲାନକୁ ଆଗକୁ ନିଅନ୍ତୁ । ମୁଁ ମୋର ଅଭିଗ୍ୟଁତାରୁ ରାସ୍ତା ଦେଖେଇ ଦେଇପାରିବି ।
  • ଆପଣ ଜଣେ ଭଲ ଲେଖକ ମଧ୍ୟ । ଏ ବର୍ଷ ପ୍ରକାଶିତ ଆପଣଙ୍କର କୋସଲି ସାହିତ୍ୟର ଇତିହାସ ବହୁତ ଚର୍ଚାରେ ଥିଲା । ଆଉ କିଛି ନୂଆଁ ଲେଖୁଛନ୍ତି କି..
  • ତାର ଦ୍ୱିତୀୟ ସଂସ୍କରଣ ପାଇଁ କାମ କରୁଛି । ଆଉ କୋସଲି ଭାଷା ଉଲଗୁଲାନକୁ ନେଇ କିଛି ଲେଖିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତି କରୁଛି ।
  • ଆପଣ ଆମକୁ ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ।
error: Content is protected !!