Saturday, March 7, 2026
Homeରାଜ୍ୟଧର୍ମଶାଳା ଉଚ୍ଚ ବିଦ୍ୟାଳୟର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ।

ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ।

ଉଲୁଣ୍ଡା(ଚୈତନ୍ୟ ଭୁକ୍ତା)-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଚେତନା ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ବଳନ ପୂର୍ବକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ମାନଙ୍କୁ ଫୁଲ ଚନ୍ଦନ, ଉତ୍ତରୀୟ ଦେଇ ଗୁରୁ ବନ୍ଦନା ପୂର୍ବକ ଗୁରୁପୂଜନ କରାଯାଇଥିଲା । ପୂର୍ବତନ ଶିକ୍ଷକ ଇନ୍ଦ୍ରଜିତ ପରୁଆ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣେଇବା ସହିତ ଗୁରୁ ପୂଜନକାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମସ୍ତଙ୍କର ମଙ୍ଗଳା କାମନା କରିଥିଲେ।

ସେହିପରି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ନୀଳମାଧଵ ମହାପାତ୍ର ତାଙ୍କର ଶିକ୍ଷକ ଯେମିତି ଏକରେ ଜିରୋ ବସେଇଲେ ଦଶ ହୁଏ ଏବଂ ଜିରୋକୁ କାଢ଼ିଦେଲେ ପୁଣି ସେ ଏକ ହୁଏ ଏକର ମୂଲ୍ୟ ଏକ ହେଇ ରହେ ସେହିପରି ସମାଜରେ ଚଳିବାକୁ ହେଲେ ଜଣେ ଭଲ ମଣିଷ ହେବାକୁ ପଡିବ ଓ ଭଲ ମଣିଷ ହେବାକୁ ହେଲେ ପ୍ରଥମେ ନିଜର ଚରିତ୍ରକୁ ଠିକ ରଖିବା ଜରୁରୀ ବୋଲି କହିଥିଲେ । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୧୯୯୬ ବ୍ୟାଚର ପ୍ରାୟ ୨୦ ଜଣ ନିଜ ପରିବାର ସହିତ ସାମିଲ ହୋଇଥିଲେ ।

error: Content is protected !!