
ଝାରବନ୍ଧ-ଝାରବନ୍ଧ ବ୍ଲକ ଲୌଡିଦର୍ହା ଗ୍ରାମପଞ୍ଚାୟତର ଡୁଙ୍ଗୁରିପାଲି ଲଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ପଡିଆରେ ରାଇଜିଙ୍ଗ ଷ୍ଟାର ଦ୍ବି ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଡୁଙ୍ଗୁରିପାଲି ଉଦଯାପିତ ହୋଇଯାଇଛି । ଚଳିତ ଡିସେମ୍ବର ୨୫ ତାରିଖର ଉଦଘାଟନୀ ଉତ୍ସବରେ ଅବସର ଅତିଥି ଭାବେ ଖେଳ ଶିକ୍ଷକ ମହେନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ବଳରାମ ଖମାରୀ, ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପଦ୍ମପୁର ପ୍ରଧାନ ଶିକ୍ଷକ ନିଳାରମ୍ବ ପ୍ରସାଦ ପଟେଲ,ଡଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିକେଶ୍ୱର ପ୍ରସାଦ ପଟେଲ, ରାଇଜିଙ୍ଗ ଷ୍ଟାରର ସଭାପତି ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ୨୬ ତାରିଖ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଉନ କ୍ଲବ ସଭାପତି ପ୍ରିତେଶ ବହିଦାର ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ଛୋଟଅନକି ସମିତି ସଭ୍ୟ ସତ୍ୟମ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ହରିହର ସାହୁ, ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲା ।

ସର୍ବ ମୋଟ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ସେମି ଫାଇନାଲରେ ଡଭା ଏବଂ ବାହ୍ମଣ ଡ଼ିହି ମଧ୍ୟରେ ଓ ଦ୍ଵିତୀୟ ସେମିଫାଇନାଲ ଅନଗୁଳ ଏବଂ ବରଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଳରେ ମ୍ୟାଚରେ ଡଭା ଏବଂ ଅନଗୁଳର ମଧ୍ଯରେ ହୋଇଥିଲା । ପେନାଲିଟି ଗେମରେ ଡଭା ଦଳ ବିଜେତା ହୋଇଥିବା ବେଳେ ଅନଗୁଳ ଦଳ ଉପବିଜେତା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶଙ୍କର ସାହୁ,ପାପ୍ପୁ ଦାଶ,ଲୁକୁ ଶତନାମୀ, ନେପାଳ ପଟେଲଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।



