
ପଦ୍ମପୁର-ପଦ୍ମପୁର ସହରର ସର୍ବପୁରାତନ ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ଠାରେ, ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦର ସାଧାରଣ ସଭା ସଭାପତି ମନୋରଞ୍ଜନ ସିଂ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । କୋଷାଧକ୍ଷ ଚନ୍ଦ୍ରଶେଖର ପୁରୋହିତ ଗତ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ପରେ ନୂତନ କାର୍ଯ୍ୟକାରିଣୀ ଗଠନ ପାଈଁ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ ସଭାପତି ଭାବରେ ଜୟ ନାରାୟଣ ତ୍ରିପାଠୀ,କାର୍ଯ୍ୟକାରୀ ସଭାପତି ପ୍ରତାପ ମିଶ୍ର, ଉପସଭାପତି ପ୍ରିତମ ମେହେର, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା,ସହ ସମ୍ପାଦକ ରଶ୍ମି ରଞ୍ଜନ ପାଗୋଡା ଓ କୋଷାଧକ୍ଷ ଚନ୍ଦ୍ରଶେଖର ପୁରୋହିତ ଭାବେ ମନୋନୀତ ହୋଇଥିଲେ। ପ୍ରତି ବେଚରୁ ଜଣେ ଲେଖାଏଁ ପୂର୍ବତନ ଛାତ୍ରଙ୍କୁ କାର୍ଯ୍ୟ କାରିଣୀକୁ ମନୋନୀତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଗୋବିନ୍ଦ ପ୍ରସାଦ ଅଗ୍ରୱାଲ,ଚିତ୍ତରଞ୍ଜନ ଦାଶ,ଜିତେନ୍ଦ୍ରିୟ ନାଥ ଗୁରୁ,ଡ଼. ଭକ୍ତପୂରନ ସାହୁ,ଗୋବିନ୍ଦ ପାଣିଗ୍ରାହୀ,ରାଜ ଯୋଶୀ,ରବି ଦୋରା,ଗଙ୍ଗାଧର ପାଢ଼ୀ,ସୁନୀଲ ଅଗ୍ରୱାଲ, ଟଇନା ସିନହା,ଅଶ୍ୱିନୀ ପଣ୍ଡା ଓ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହି ପୁରାତନ ଛାତ୍ର ପରିଷଦକୁ ସକ୍ରିୟ ଓ ସବଳ କରିବାକୁ ମତବ୍ୟକ୍ତ କରିଥିଲେ ।



