Saturday, March 7, 2026
Homeରାଜ୍ୟମୁଣ୍ଡାପଡା ମଣ୍ଡିରୁ ଗୁରୁବାର ଠାରୁ ଧାନ କ୍ରୟ ଆରମ୍ଭ ।

ମୁଣ୍ଡାପଡା ମଣ୍ଡିରୁ ଗୁରୁବାର ଠାରୁ ଧାନ କ୍ରୟ ଆରମ୍ଭ ।

ବୌଦ୍ଧ(ନବ କିଶୋର ମେହେର)-ବୌଦ୍ଧ ବ୍ଳକ୍ ମୁଣ୍ଡାପଡ଼ା ପ୍ୟାକ୍ସ ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ଗୁରୁବାର ମଣ୍ଡି ଉଦ୍‌ଘାଟିତ ହୋଇଛି । ପ୍ୟାକ୍ସ ସଭାପତି ବ୍ରଜେଶ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲାପରିଷଦ ପ୍ରତିନିଧି ବୀରେନ୍ଦ୍ର ଝାଙ୍କର, ଭାରପ୍ରାପ୍ତ ସଂପାଦକ ନେତ୍ରାନନ୍ଦ ପୁରୋହିତ, ସମିତିର ନିର୍ଦ୍ଦେଶକ ଲାଭା ଦାସ, ଜଗବନ୍ଧୁ ପ୍ରଧାନ, ଆଜିତ ସାହୁ, ରମେଶ ଚନ୍ଦ୍ର ଜେନା, ବିଭୁତି ଭୂଷଣ ସାହୁ, ଖେଡୁ ଭୁକ୍ତା, ସନ୍ତୋଷ ଦାସ, ରାଜେନ୍ଦ୍ର ଝାଙ୍କର ଯୋଗ ଦେଇଥିଲେ। ଚାଷୀ ଶେଷଦେବ ମହାକୁଡ଼, ଶରତ କୁମାର ନାଏକ, ସିକୁନ ମହଲାଙ୍କ ଠାରୁ ୨୧୦ କୁଇଣ୍ଟାଲ ଧାନ ପ୍ରଥମ ଦିନରେ କିଣାଯାଇଥିଲା। ଡ଼ିଓ ଅଶ୍ୱିନୀ କୁମାର ମହାକୁଡ଼, ବଶିଷ୍ଠ ଜେନା, ଦେବେନ୍ଦ୍ର ବଗର୍ତ୍ତୀ, ସିଲାଜିତ ନାୟକ, ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

error: Content is protected !!