Saturday, March 7, 2026
Homeରାଜ୍ୟବାଉଁଶୁଣୀରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ ।

ବାଉଁଶୁଣୀରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ ।

ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ବ୍ଲକ ବାଉଁଶୁଣୀସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ବାଘଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି, ଚଳଚ୍ଚିତ୍ର ନିର୍ଦେଶକ ତଥା ବିଜେପି ନେତା ବନମାଳୀ ରଣା ଓ ଶିକ୍ଷାବିତ ଉତ୍ତମ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ସାଧାରଣ, ସମ୍ପାଦକ ପିନାକଧର ରଣା, ତପନ ଡାଙ୍ଗ, ପୂର୍ବ ସଭାପତି ମାଗୁଣି ଗାଈଗୌରୀଆ, ବିପ୍ରଚରଣ ମହାନ୍ତି, ମନୋରଞ୍ଜନ ଦାଶ, ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ବାଉଁଶୁଣୀ ସମିତି ସଭ୍ୟ ପ୍ରମୋଦ ଦେହୁରୀ, ଘଣ୍ଟାପଡା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ବହିରା ମଣ୍ଡଳର ସଭାପତି ଯଥାକ୍ରମେ ଗୋପୀନାଥ କହଁର, ଶୁଭ୍ରାଂଶୁ ଡାଙ୍ଗ, ଶ୍ରୀକାନ୍ତ ଭୋଇ, ଶରତ କର୍ଣ୍ଣ, ଯୀଶୁ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ପିନାକଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

ଏଅବସରରେ ଅତିଥିଗଣ ଅଟଳଜୀଙ୍କ ଜୀବନୀର ସ୍ମୃତିଚାରଣ କରିବା ସହ ଡିସେମ୍ବର ୨୬ ତାରିଖରେ ବୀର୍ ବାଲ୍ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ସାଧାରଣ ସମ୍ପାଦକ ପିନାକଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ। ଦଳୀୟ ଯୁବସଙ୍ଗଠକ ଅବିନାଶ ମିଶ୍ର, ମୋହନ ପାତ୍ର, ଅଜିତ ମହାକୁଳ, ପୂର୍ଣଚ

error: Content is protected !!