
ଝାରବନ୍ଧ(ବଂଶୀଧର ନାଏକ)-ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଡିଗ୍ରୀ କଲେଜର ୩୧ ତମ ବାର୍ଷିକ କ୍ରୀଡା ଉତ୍ସବ ସମ୍ପର୍ଣ୍ଣ ହୋଇଯାଇଛି । ଝାରବନ୍ଧ କଲେଜ ଖେଳ ପଡିଆରେ ଦୁଇ ଦିନ ଧରି କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ମାନେ ଚାକଦର୍ହା ଡ୍ୟାମ ଶିବ ମନ୍ଦିରରୁ ମଶାଲ ପ୍ରଜ୍ବଳନ କରି ସମଗ୍ର ଝାରବନ୍ଧରେ ମଶାଲ ଯାତ୍ରା କରି ଖେଳ ପଡିଆରେ ପହଞ୍ଚି ମଶାଲ ସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଡା ମୋହନ ପ୍ରସାଦ ନାୟକ, ବୀରଦତ୍ୟ ସାହୁ,ହୃଷିକେଶ ବରିହା,ନନ୍ଦଲାଲ ମହାପାତ୍ର, ଜଗଦୀଶ ସାହୁ ଯୋଗଦେଇଥିଲେ ।

ପୂର୍ବତନ ଜିଲ୍ଲାପରିଷ ସଭ୍ୟ ହରିହର ସାହୁ, ମାନଭଞ୍ଜନ ମିର୍ଦ୍ଧା, କେଶ ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ମାନେ କୃତିତ୍ୱ ଲାଭ କରିଥିଲେ ସେମାଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରକୃତ କରାଯାଇଥିଲା । ଅଧ୍ୟପିକା ଯାଜ୍ଞସେନି ନାୟକ,ଅଧ୍ୟାପକ ଗଗନ ବିହାରୀ ଡ଼ନସନା,ନବୀନ ମେହେର,ଖ୍ୟାତିମୟ ତ୍ରିପାଠୀ,ଅଧ୍ୟାପିକା ରଶ୍ମି ମହାଲିଙ୍ଗ,ଅଧ୍ୟାପିକା ମିନପ୍ରଭା ପ୍ରଧାନ,ଅଧ୍ୟାପିକା ରିତାଞ୍ଜଳୀ ଗୁରୁ,ଅଧ୍ୟାପକ ମୁକେଶ ବାଗ,ଚନ୍ଦ୍ରମଣୀ ବାଗ,ଅଧ୍ୟାପିକା କୁନିଶାହା,ଅଶୋକ ହାତୀ, ବଲ୍ଲବ ମିର୍ଦ୍ଧା, ଅଞ୍ଜନ ବରିହା,ଦୁର୍ଯ୍ୟୋଧନ ପାଣ୍ଡେ,ପ୍ରକାଶ ପ୍ରଧାନ,ରୁକ୍ମଣୀ ସାହୁ ମଦନ ବାଗ ପ୍ରମୁଖ ସହଯୋଗ କରିଥିଲେ ।



