Saturday, March 7, 2026
HomeUncategorizedପିଏମଶ୍ରୀ ବି.ଡି.ଏନ.ଏଚ ସ୍କୁଲର ବାର୍ଷିକ ଉତ୍ସବ ।

ପିଏମଶ୍ରୀ ବି.ଡି.ଏନ.ଏଚ ସ୍କୁଲର ବାର୍ଷିକ ଉତ୍ସବ ।

ବରପାଲି-ବରପାଲି ବ୍ଲକ କଟାପାଲି ପି ଏମ ଶ୍ରୀ ବି ଡି ଏନ ଏଚ ସ୍କୁଲ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବରପାଲି ବି ଇ ଓ ମୁକୁନ୍ଦ ମାହରା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ର ଆବଶ୍ୟକତା ଓ ଶୃଖଂଳିତ ଜିବନଶୈଳି ବିଷୟରେ ସଚେତନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସରକାରୀ ଗଙ୍ଗାଧର ଏନ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ, ଯୋଗ ଦେଇଥିଲେ l ସ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ ଭୋଇଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସହକାରୀ ଶିକ୍ଷକ ଧୀରେନ୍ଦ୍ର ବିଶ୍ୱାଳଙ୍କ ଦ୍ବାରା ମଞ୍ଚ ସଂଚାଳନ ହୋଇଥିଲା l

ଶିକ୍ଷୟତ୍ରୀ ମନୋରମା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ମଧ୍ୟାହ୍ନରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାଂଶୁ ତ୍ରିପାଠୀ, ପୂର୍ବତନ ସରପଞ୍ଚ ସଂଜୀବ ଦାସ, ସରପଞ୍ଚ ଗଙ୍ଗାଧର ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଗଣେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବ ପରିଚାଳନାରେ ଶିକ୍ଷକ ଶିକ୍ଷୟତ୍ରୀ, ଜେମସ ସା, ପ୍ରଶାନ୍ତ ସାହୁ, ଆଲୋକ ନାଗ, ମୋହନ ନାଗ କମିଟି କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l

error: Content is protected !!